ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରର ମହିଳା ଓ ଶିଶୁ ଡେସ୍କ ବୈଠକ ଅନୁଷ୍ଠିତ


ପାରଳାଖେମୁଣ୍ଡି:୨୦/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସର’ରେ ମହିଳା ଓ ଶିଶୁ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍ଆଇ: ଶ୍ରୀ କୌତୁକ ସେଠୀ ଙ୍କ ସମେତ ତଥା ମହିଳା ଓ ଶିଶୁ ଡେସ୍କ’ର ସଭ୍ୟ ଶ୍ରୀ ଭାଗବତ ପାଢୀ , ସଭ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶ୍ରୀମତୀ କେ. ସୁନୀତା ପ୍ରମୁଖ ଯୋଗ ଦେଇଥିଲେ।ବୈଠକରେ ମୁଖ୍ୟତଃ ଗଜପତି ଜିଲ୍ଲାରେ ବିଭିନ୍ନ ସମସ୍ୟା ଯଥା:- କନ୍ୟା ଚାଲାଣ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରା ଯାଇଥିଲା।ଏଥି ସମେତ ଶିଶୁ ଅଧିକାର ଓ ଆଇନ ଉପରେ ବିସ୍ତୃତ ତର୍ଜମା କରା ଯାଇଥିଲା। ଆଗାମୀ ଦିନରେ ପାରଳାଖେମୁଣ୍ଡି ଠାରେ ଏ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା।ଆଦର୍ଶ ଥାନା’ର କର୍ମଚାରୀ ମାନେ ଉପସ୍ଥିତ ରହିଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ