Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାର୍ଡ ଦ୍ୱାରା ନୂଆଗଡ ବ୍ଲକର ବେତାର ସିଂ ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୦/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ନୂଆଗଡ ବ୍ଲକ ଅନ୍ତର୍ଗତ ବେତାରସିଂ ଗ୍ରାମ ପଞ୍ଚାୟତ’ର ବେତାର ସିଂ ଗ୍ରାମ ସ୍ଥିତ ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ ଆର:କେ:ଏସ:ଏସ:. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷ’ରୁ ଗଜପତି ଜିଲ୍ଲା ନାବାର୍ଡ ସଂସ୍ଥା ସହାୟତାରେ ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଏକ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା କାର୍ଯ୍ୟକ୍ରମ’ରେ ୨୦ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ’ର ୫୦ ରୁ ଉର୍ଦ୍ଧ୍ବ ଦଳର ନେତ୍ରୀ ମାନଙ୍କୁ ନେଇ ସେମାନଙ୍କ ନେତୃତ୍ବ’ର ବିକାଶ ଓ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶିବିରରେ ବିଭିନ୍ନ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ମହିଳା ସଶକ୍ତିକରଣ , ଦଳ ପରିଚାଳନା , ଦଳର ଦଶସୂତ୍ର କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା , ଋଣ ଆଦାନ ପ୍ରଦାନ , ସୁଧର ହିସାବ ଓ ସରକାର’ଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରିବା ପ୍ରଭୃତି ଉପରେ ସଚେତନ କରା ଯାଇଥିଲା ।ସେହିଭଳି ଦଳ ଦ୍ଵାରା ସେମାନଙ୍କୁ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକ ୟୁନିୟନ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଗଜପତି ଠାରେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ଚାଷ ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ମହମବତୀ ତିଆରି , ଧୂପକାଠି ତିଆରି , ଫିନାଇଲ ତିଆରି , ସିଲାଇ , କମ୍ପୁଟର ଶିକ୍ଷା , ବିଦ୍ୟୁତ ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କ୍ଷମ ହୋଇ ପାରିବେ ସେ ଗୁଡ଼ିକ ଊପରେ ସଚେତନ କରାଯାଇ ସେମାନଙ୍କୁ ତାଲିମ ପ୍ରଦାନ କରା ଯାଇଥିଲା ।ଅନ୍ୟପକ୍ଷରେ , ମହିଳା ମାନଙ୍କୁ ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା , ଅଟଳ ପେନସନ , ଫସଲ ବୀମା , ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝାଇ ସଚେତନ କରା ଯାଇଥିଲା ।ଏଥିସହିତ , ଦୀର୍ଘ କାଳୀନ ଜୀବନ ଜୀବିକା ଦିଗରେ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଯଥା:- ଖଜୁରୀ ଗୁଡ ତିଆରି , ହଳଦୀ ଗୁଣ୍ଡ ଓ ପେପର ପ୍ଳେଟ ଅନ୍ୟାନ୍ୟ ଦୀର୍ଘ କାଳୀନ ଯୋଜନା ଉପରେ ବୁଝା ଯାଇଥିଲା ।ଏହି କାର୍ଯ୍ୟକ୍ରମ’ରେ ଏଲଡିଏମ: ଶ୍ରୀ ମହେଶ୍ଵର ମଣ୍ଡଳ , ଜିଲ୍ଲା ନାବାର୍ଡ ଡିଡିଏମ: ଶ୍ରୀ ପ୍ରତୀକ ପଣ୍ଡା , ପ୍ରଶିକ୍ଷଣ କେନ୍ଦ୍ର’ର ନିର୍ଦ୍ଦେଶକ ଶ୍ରୀ ଶ୍ରବଣ କୁମାର ପ୍ରଧାନ , ସରପଞ୍ଚ ଶ୍ରୀମତୀ ସ୍ନେହଲତା ପ୍ରଧାନ , ସିଏଲଏଫ ସଂଯୋଜକ ଶ୍ରୀ ସଞ୍ଜୟ ବେହେର ମାଝୀ , ଏମବିକେ:-ଓଏଲ୍ଏମ:- କବିତା ରଇତ ଏବଂ ପ୍ରଶିକ୍ଷଣ କେନ୍ଦ୍ର’ର ଶ୍ରୀ ପ୍ରଦୀପ କୁମାର ଦାସ ଓ ତାଲିମଦାତା ଶ୍ରୀ ରବି ନାରାୟଣ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।ଆର:କେ:ଏସ:ଏସ: ଅନୁଷ୍ଠାନ’ର ମୁଖ୍ୟ ତଥା ସଂପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ବାକାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସ୍ଵାଗତ ଭାଷଣ ଦେଇଥିବା ବେଳେ ଶେଷରେ ଶ୍ରୀ ଯୀହୁଶାୟ ରଇତ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories