Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପିର ବଢିଲା ଚିନ୍ତା, ସଙ୍କଟ ସମୟରେ ମନେ ପଡିଲେ ୟେଦିୟୁରପ୍ପା

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପିର ବଢିଲା ଚିନ୍ତା। ପାର୍ଟିକୁ ଘାରିବାରେ ଲାଗିଛି ବିଦ୍ରୋହର ଚିନ୍ତା। ସମ୍ଭାବିତ ସଙ୍କଟରୁ ମୁକୁଳିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ଯୋଗାଯୋଗ କରିଛି ଦଳ। ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ବିଜେପି ହାଇକମାଣ୍ଡ ୟେଦିୟୁରପ୍ପାଙ୍କୁ କହିଥିବା ଦଳୀୟ ସୂତ୍ରରୁ ପ୍ରକାଶ। ବୁଧବାର ରାତିରେ ଦ୍ଵିତୀୟ ପ୍ରାର୍ଥୀ ତାଲିକା ଜାରି ହେବା ପରେ ନେତାମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ବିଦ୍ରୋହରୁ ବର୍ତ୍ତିବା ପାଇଁ ୟେଦିୟୁରପ୍ପାଙ୍କ ହସ୍ତକ୍ଷେପ ଚାହୁଛନ୍ତି। ନଡ୍ଡାଙ୍କ ମତରେ ବର୍ତ୍ତମାନ ସଙ୍କଟରେ ୟେଦିୟୁରପ୍ପା ହିଁ ଦଳକୁ ସଙ୍କଟରୁ ରକ୍ଷା କରିବାରେ ସାହାଯ୍ୟ କରି ପାରିବେ। କାରଣ ଅସନ୍ତୁଷ୍ଟ ନେତାଙ୍କ ସହ ତାଙ୍କର ଭଲ ସଂପର୍କ ରହିଛି। ୟେଦିୟୁରପ୍ପା ସଙ୍କଟରୁ ଦଳକୁ ଉଦ୍ଧାର କରିବେ ବୋଲି ହାଇକମାଣ୍ଡଙ୍କୁ ଭରସା ଦେଇଥିବା କୁହାଯାଉଛି।

ମାମଲା କଣ
ଦକ୍ଷିଣ ବେଙ୍ଗାଲୁରୁର ଜିଲ୍ଲା ସଭାପତି ଏନଆର ରମେଶଙ୍କୁ ଟିକେଟ୍ ନମିଳିବାରୁ ୧୨୦୦ରୁ ଅଧିକ ନିଜେପି କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେଏସ ଈଶ୍ଵରପ୍ପା, ଲକ୍ଷ୍ମଣ ସବାଦୀ, ରଘୁପତି ଭଟ୍ଟଙ୍କ ପରି ନେତା ମଧ୍ୟ ଅସନ୍ତୋଷ ଜାହିର କରି ସାରିଛନ୍ତି।

ବିଜେପିର ସବୁଠୁ ବଡ ଚିନ୍ତାର ବିଷୟ ଟିକେଟ୍ ପାଇନଥିବା ଅନେକ ନେତା ସ୍ଵାଧୀନ ପ୍ରାର୍ଥୀ ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି। ବରିଷ୍ଠ ନେତା ଈଶ୍ଵରପ୍ପା ଏବଂ ଅନ୍ୟ ନେତା କହିଛନ୍ତି ଯେ, ଟିକେଟ୍ ନମିଳିବାରୁ ସେମାନେ ଅସନ୍ତୁଷ୍ଟ ନାହାନ୍ତି। ସେମାନଙ୍କୁ ଏହା ମର୍ମାହତ କରିଛି ଯେ, ପାର୍ଟି ସେମାନଙ୍କ ସହ ଥରୁଟିଏ ବି ଆଲୋଚନା କଲା ନାହିଁ। ଆମକୁ ଟିକେଟ୍ ନମିଳିବାର ଖବର ଆମେ ନ୍ୟୁଜରୁ ଦେଖିବାକୁ ପାଇଲୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ