Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ ମଇଁଷିକୁ ରାସ୍ତାରୁ ହଟାଇଲେ ଲାଞ୍ଜିଗଡ ସରପଞ୍ଚ

କଳାହାଣ୍ଡି,୨୮/୦୩-୧୨ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଉପରେ ପଡ଼ି ରହିଥିଲା ଏକ ମୃତ ମଇଁଷି। ସେଇ ରାସ୍ତା ଦେଇ ଲୋକେ ଯାତାୟାତ କରୁଥିବାବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ସରପଞ୍ଚ ପଦକ୍ଷେପ ନେବା ସହିତ ଲୋକ ଲଗାଇ ମୃତ ମଇଁଷିକୁ ରାସ୍ତାରୁ ହଟାଇ ଦେଇଛନ୍ତି। ଏପରି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ