ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନ ଠାରେ ଇଙ୍କ୍ଳୁସିଭ ଡେଭଲପ୍ ମେଣ୍ଟ ଅଫ ଓଡ଼ିଶା ୪ର୍ଥ ଖଣ୍ଡ ପୁସ୍ତକ ଉନ୍ମୋଚନ


ପାରଳାଖେମୁଣ୍ଡି:୧/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଭୁବନେଶ୍ୱର ସ୍ଥିତ ରେଡ୍ କ୍ରସ୍ ଭବନ ଠାରେ ସାମାଜିକ କର୍ମୀ ଓ ସ୍ତମ୍ବକାର ଶ୍ରୀ ମାନସ ଜେନା ଙ୍କ ଇଙ୍କ୍ଳୁସିଭ ଡେଭଲପ୍ ମେଣ୍ଟ ଅଫ ଓଡ଼ିଶା ର ଚତୁର୍ଥ ଭଲୁମ୍ ଉନ୍ମୋଚନ ହୋଇ ଯାଇଛି । ପୁସ୍ତକର ଲେଖକ ଓଡ଼ିଶାର ସମାବେଶୀ ବିକାଶ ପାଇଁ ବିଭିନ୍ନ ଦିଗରୁ ତଥ୍ୟ ଆଧାରରେ ପ୍ରବନ୍ଧମାନ ଉପସ୍ଥାପନା କରିଛନ୍ତି । ପ୍ରଫେସର୍ ଧନେଶ୍ଵର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଭଜମନ ବେହେରା, ଜଗନ୍ନାଥ ପଟ୍ଟନାୟକ , ପଞ୍ଚାନନ କାନୁନଗୋ,ରାଜନେତା ଅଜୟ ରାଉତ ,ଅଭୟ ସାହୁ , ସନ୍ତୋଷ ଦାଶ ,ରାଧାକାନ୍ତ ସେଠୀ , ଟଙ୍କଧର ବାଗ , ଶରତ ନାୟକ , ଡ଼କ୍ଟର ଯତୀଶ ମହାନ୍ତି, ବି ରାମଚନ୍ଦ୍ର ଓ ପୂର୍ବତନ ପ୍ରଶାସକ ଡ଼କ୍ଟର କଲ୍ୟାଣ ରାୟ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଡ଼କ୍ଟର ବାସୁଦେବ ସୁନାନି , ବାଲ୍ କିଶୋର ଛତର ଓ ସଂଗ୍ରାମ ମଲ୍ଲିକ ପ୍ରମୁଖ ପୁସ୍ତକର ସମୀକ୍ଷା କରିଥିଲେ । ପିପୁଲ୍ ଲିଟ୍ରେଚର୍ ପବ୍ଲିକେଶନ ମୁମ୍ବାଇ ଦ୍ଵାରା ପ୍ରକାଶିତ ଏହି ପୁସ୍ତକରେ ଓଡ଼ିଶାର ସାମାଜିକ , ରାଜନୈତିକ ଓ ଆର୍ଥିକ ପରିବର୍ତ୍ତନ ପାଇଁ ତଥା ଓଡ଼ିଶାର ସଂଖ୍ୟାଧିକ ଲୋକ ମାନଙ୍କ ସାମଗ୍ରିକ ବିକାଶ ପାଇଁ ତଥ୍ୟ ଓ ବିଶ୍ଲେଷଣ ଆଧାରରେ ପ୍ରବନ୍ଧ ମାନ ପୁସ୍ତକରେ ସନ୍ନିବେଶିତ ହୋଇଛି । ଏହି ପୁସ୍ତକ ଓଡ଼ିଶାର ଏକ ବ୍ୟାପକ ପରିବର୍ତ୍ତନ ପାଇଁ ଦୃଢ଼ ବୌଦ୍ଧିକ ଭିତ୍ତିଭୂମି ଦେଇ ପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଆୟୋଜକ ମାନଙ୍କ ପକ୍ଷରୁ ସାମାଜିକ କର୍ମୀ ଚିତରଞ୍ଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।