Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୮୯ତମ ପୁଲିସ ପ୍ରତିଷ୍ଠା ଦିବସ : ହାବିଲଦାର ପ୍ରକାଶ ସାଗର ପାଇଲେ ଭ୍ରମରବର ସାହୁ ସ୍ମାରକୀ ସାହସିକତା ପୁରସ୍କାର

କଳାହାଣ୍ଡି,୦୧/୦୪-ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟ କଟକଠାରେ ୮୯ତମ ପୁଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ପୁଲିସରେ କାର୍ଯ୍ୟରତ ୯୯ ବ୍ୟାଚ ହାବିଲଦାର ପ୍ରକାଶ ସାଗରଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ମିଳିଛି ସ୍ବର୍ଗତ ଭ୍ରମରବର ସାହୁ ସ୍ମାରକୀ ସାହସିକତା ପୁରସ୍କାର। ଆଜି ପୁଲିସ ମହା ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କଠାରୁ ସେ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ। ଶ୍ରୀ ସାଗର ସମ୍ମାନିତ ହେବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ, ଶ୍ରୀ ସାଗର ନିଜ ଚାକିରୀ ଜୀବନରେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇବା ସହିତ ଜିଲ୍ଲା ପୁଲିସର ହାବିଲଦାର ଓ କନଷ୍ଟେବଲ ସଙ୍ଘର ଉପ ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ। ସେହିପରି ଚାକିରି ସହିତ ସମାଜସେବା କ୍ଷେତ୍ରରେ ସୁପରିଚିତ ଶ୍ରୀ ସାଗର ଏବେ କଳାହାଣ୍ଡି ଜିଲ୍ଲା ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। କଟକଠାରେ ଅନୁଷ୍ଠିତ ଆଜିର ସ୍ୱତନ୍ତ୍ର ସମାରୋହରେ କଳାହାଣ୍ଡିର ଆଉ ଦୁଇଜଣ ଜାରିଙ୍ଗସ୍ଥିତ ନବମ ସ୍ୱତନ୍ତ୍ର ବାଟାଲିୟନର ହାବିଲଦାର ଗାଗାରିନ ଦଳାଇ ଓ ମଦନମୋହନ ପଧାନଙ୍କୁ ସ୍ବର୍ଗତ ରାଜେନ୍ଦ୍ରମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି କଳାହାଣ୍ଡି ବାସିନ୍ଦା ତଥା ଅନ୍ୟ ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଲ ଘନଶ୍ୟାମ ସାହୁ ଓ ସଲିମ ଅଲ୍ଲୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।