Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନୀଷ ସିସୋଦିଆଙ୍କୁ ମିଳିପାରୁନି ଜାମିନ; ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିପାରୁନି ଜାମିନ। ଜେଲ ଯିବା ଦିନଠାରୁ ମନୀଷଙ୍କୁ ମିଳୁନି ବେଲ୍‌। ତାଙ୍କ ଜାମିନ ଆବେଦନକୁ କୋର୍ଟ ଅନେକ ଥର ଖାରଜ କରିଦେଇଛନ୍ତି। ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଅନେକ ଶୁଣାଣି ହୋଇଥିଲେ ସୁଦ୍ଧା ଜାମିନ ମିଳୁନି। ତେବେ ଗତ ୧୨ ତାରିଖରେ ମନୀଷଙ୍କ ମାମଲାର ଶୁଣାଣି ଥିଲା। ହେଲେ ତାହା ସଫଳ ହୋଇନଥିଲା। ଶୁଣାଣି ପାଇଁ ଆଉ ଏକ ତାରିଖ ସ୍ଥିର କରିଛନ୍ତି କୋର୍ଟ। ଏପ୍ରିଲ ୧୮ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଏହାପୂର୍ବରୁ ଶୁଣାଣି ସମୟରେ ସିସୋଦିଆଙ୍କ ଜାମିନକୁ ବିରୋଧ କରାଯାଇଥିଲା। ଇଡି କୋର୍ଟଙ୍କୁ କହିଛନ୍ତି ଯେ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଚାଲିଛି। ସେଥିପାଇଁ ତାଙ୍କୁ ଜାମିନ ଦିଆଯିବା ଉଚିତ୍ ନୁହେଁ। ତେବେ ସମସ୍ତ ଅଭିଯୋଗକୁ ମନୀଷ ସିସୋଦିଆ ଭିତ୍ତିହୀନ ବୋଲି କହିଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ