Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଦାନ୍ତ ଲିମିଟେଡ଼ ତରଫରୁ ଲାଞ୍ଜିଗଡଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

କଳାହାଣ୍ଡି,୦୬/୦୪-ସ୍ୱାସ୍ଥ୍ୟ ହିଁ ଅମାପ ସମ୍ପଦ। ସ୍ୱାସ୍ଥ୍ୟ ସଚେତନ ହେବା ସହିତ ଏହାର ଯତ୍ନ ନେବା ଆଜିର ମୁଖ୍ୟ ଆବଶ୍ୟକତା। ଏଣୁ ଆଜିର ଦିନରେ ମୋର ସ୍ୱାସ୍ଥ୍ୟ ମୋର ଦାୟିତ୍ୱ ତଥା ମୋର ଅଧିକାର ଉପରେ ଗୁରୁତ୍ବ ଦିଆଯିବା ଉଚିତ ବୋଲି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ଦ୍ୱାରା ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସମାରୋହରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି। ବେଦାନ୍ତ ହସ୍ପିଟାଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ମୁଖ୍ୟ ଶିଶିର ତରଫଦାର, ବେଦାନ୍ତ ଲିମିଟେଡ଼ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ସିଏସଆର ଉପମୁଖ୍ୟ ଦିଲିପ ପ୍ରଜାପତି, ସିଏସଆର ବିଭାଗର ବଣ୍ଟିରାଣୀ ପାଟଗିରି, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ସାମ୍ବାଦିକ କୈଳାସ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଡା. ପ୍ରଶାନ୍ତ ପରମାଣିକ, ଅଶୋକ ଖୋରାଙ୍କ ସମେତ ପ୍ରୀତିଶାହା ବିଶ୍ୱାସ, ପ୍ରୀତମ ପ୍ରଧାନ, ମାନସ ପାତ୍ର, ଫକୀର ସାହୁ, ମହେନ୍ଦ୍ର ନିଆଲ, ସୋନାଲିକା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବେଦାନ୍ତ ସିଏସଆର ବିଭାଗ, ବେଦାନ୍ତ ହସ୍ପିଟାଲ ଓ ଆମ ଓଡିଶା -ସମ୍ବାଦର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ କ୍ଷମାନିଧି ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିର ପରିଚାଳନାରେ ସାମ୍ବାଦିକ ପରେଶ କୁମାର ନାୟକ, ସୁଶୀଲ କୁମାର ବାଗ, ଏମ. ଚନ୍ଦ୍ରଶେଖର, ଦିଲିପ ନାଏକ ସହଯୋଗ କରିଥିଲେ। ଭବାନୀପାଟଣାସ୍ଥିତ ଓଡିଶା ରକ୍ତ ଭଣ୍ଡାର ତରଫରୁ ଅଜିତ ନାଏକ, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୀବ ମହାକୁଡ଼ ପ୍ରମୁଖ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ