Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲାରେ ଲାଗୁ ହୋଇପାରେ ବିଜେପୁର ପଲିସୀ : ମଇଦାନରେ ମୋର୍ଚ୍ଚା ସମ୍ଭାଳିବେ ନିଜେ ନବୀନ !

କଳାହାଣ୍ଡି,୦୬/୦୪-ଯେମିତି ହେଉ ଭକ୍ତ ଚରଣ ଦାସଙ୍କୁ ବିଧାନସଭାକୁ ପୁରାଇ ନଦେବାକୁ ପଣ କରିଛି ବିଜେଡି। ଦଳରେ, ଦଳ ବାହାରେ, ରାଜନୀତି ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ହାଟରେ, ବାଟରେ, ଛକରେ, ବଜାରରେ ଏବେ ନର୍ଲା ବିଧାନସଭାର ବିଜେଡି ପ୍ରାର୍ଥୀ ଘୋଷଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଟିଭି ପର୍ଦାରେ ଥରଥର କରି ତିନିଥର ଦଳ ମୁଖିଆ ନାଁ ଘୋଷଣା କରୁଛନ୍ତି କିନ୍ତୁ ନର୍ଲା ଆସନର ନାଁ ସୁଦ୍ଧା ଧରୁନାହାନ୍ତି। ଏହାକୁ ନେଇ ଦଳର ଆଶାୟୀମାନଙ୍କ ଭଳି ନେତା ଓ କର୍ମୀ ମଧ୍ୟ ହରଡ଼ଘଣାରେ ପଡିଛନ୍ତି। କାହାକୁ ସମର୍ଥନ କରିବେ, କାହାକୁ କରିବେନି ଚିନ୍ତାରେ ପଡିଛନ୍ତି। ଏପରିକି ନର୍ଲା ପାଇଁ ଆଶାୟୀ ଥିବା ୨୦ରୁ ଅଧିକ ନେତାଙ୍କ ମଧ୍ୟରୁ ଅଧିକାଂଶ ଆଶା ଛାଡ଼ି ଦେଇଥିବାବେଳେ ଏବେ ବି କିଛି ଆଶାୟୀ ଆଶା ବାନ୍ଧି ବସିଛନ୍ତି। କିନ୍ତୁ ନର୍ଲା ଆସନରେ ପ୍ରାର୍ଥୀ ଘୋଷଣା ବିଳମ୍ୱ ହେବା ଦେଖି ଅନେକେ ଏବେ ନବୀନ ପଟ୍ଟନାୟକ ନିଜେ ମଇଦାନକୁ ଓହ୍ଲାଇବେ ବୋଲି କୁହାକୁହି ହେଉଛନ୍ତି। କାରଣ ପ୍ରାୟ ୪୦ ବର୍ଷ ପରେ ଭକ୍ତ ବିଧାନସଭା ମୁହାଁ ହୋଇଥିବାବେଳେ ତାଙ୍କୁ ରୋକିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି। ଜିଲ୍ଲାର କୌଣସି ନେତାଙ୍କୁ ତାଙ୍କ ବିରୋଧରେ ଓହ୍ଲାଇବାକୁ ସାହସ କରିପାରୁନି ବିଜେଡି। ସେହିପରି ସଂଖ୍ୟାଧିକ ଆଶାୟୀ ଥିବାରୁ ସେମାନେ ଆତ୍ମଘାତ କରିବା ଆଶଙ୍କା ଥିବାରୁ ଦଳ ମୁଖିଆ ଏଠାରେ ନିଜେ ମୋର୍ଚ୍ଚା ସମ୍ଭାଳିବେ ବୋଲି ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଯଦି ଏପରି ହୁଏ ତେବେ ପୂର୍ବରୁ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲା ବିଜେପୁର ଆସନରେ ଏକାଦିକ୍ରମେ ନିର୍ବାଚନ ଲଢ଼ିବା ଓ ବିଜୟୀ ହେବାପରେ ବିଜେପୁରକୁ ଛାଡ଼ିଦେବା ଭଳି ପରିସ୍ଥିତି ଉପୁଜିପାରେ ବୋଲି ଆଲୋଚନା ହେଉଛି। ଯଦ୍ୱାରା ନର୍ଲା ପୁଣି ଏକ ଉପ ନିର୍ବାଚନର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି। ସେହିପରି ନର୍ଲାରେ ଥରେ ପରାଜିତ ହେବାପରେ ଭକ୍ତଙ୍କ ବିଧାନସଭା ଆଶା ମଧ୍ୟ ମଉଳିଯିବ ବୋଲି କୁହାକୁହି ବିଜେଡି ନେତାଏ କୁହାକୁହି ହେଉଛନ୍ତି।