Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାହାରୁଖ୍‌, ରାଜାମୌଲୀ ବିଶ୍ବର ପ୍ରଭାବଶାଳୀ ବ୍ୟକ୍ତି

ନୂଆଦିଲ୍ଲୀ: ଟାଇମ୍ସ ମାଗାଜିନ୍‌ର ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ବଲିଉଡ୍‌ ଅଭିନେତା ଶାହରୁଖ ଖାନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ୍‌ ରାଜାମୌଲୀ। ଏହି ତାଲିକାରେ ସାମିଲ ହୋଇଛନ୍ତି ଲେଖକ ତଥା ଔପନ୍ୟାସିକ ସଲ୍‌ମାନ ରସିଦି, ଟେଲିଭିଜନ ହୋଷ୍ଟ ତଥା ବିଚାରପତି ପଦ୍ମା ଲକ୍ଷ୍ମୀ।

ଏହି ତାଲିକାରେ ତାଲିକାର ଶୀର୍ଷରେ ଅଛନ୍ତି ଆମେରିକୀୟ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ମାଇକେଲ ବି. ଜୋର୍ଡାନ । ୨୦୨୩ର ୧୦୦ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କିଙ୍ଗ୍ ଚାର୍ଲସ, ସିରିୟାର ସାମାଜିକ କାର୍ଯ୍ୟକର୍ତ୍ତା ସାରା ମାର୍ଦିନୀ ଓ ୟୁସରା ମାର୍ଦିନୀ, ମଡେଲ ମେଲା ହଦିଦ୍, ଟୁଇଟର ମାଲିକ ତଥା ବିଲୋନେୟାର ସିଇଓ ଏଲନ ମସ୍କ. ଫୁଟବଲ ତାରକା ଲିଓନେଲ ମେସି ଏବଂ ଖ୍ୟାତାନାମା ଗାୟିକା ତଥା ଅଭିନେତ୍ରୀ ବ୍ୟୋଂସେ ମଧ୍ୟ ସାମିଲ ଅଛନ୍ତି।

ଏ ନେଇ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଶାହରୁଖ ଖାନ ” ସର୍ବଶ୍ରେଷ୍ଠ ଅଭିନେତା ଭାବରେ ଜଣାଶୁଣା”,। ତାଙ୍କ ଉଦାରତା, ନିର୍ମଳ ହୃଦୟ ଲାଗି ସେ ସମସ୍ତଙ୍କଠୁ ଭିନ୍ନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ