ଭାରତରେ ସୋସିଆଲ ମିଡିଆ ନିୟମ ବହୁତ କଠୋର, ଜେଲ ଯିବା ଅପେକ୍ଷା ଆଇନ ମାନିବା ଭଲ: ମସ୍କ


ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ଆଇଟି ନିୟମର ପାଳନ କରାଯିବା ଉଚିତ୍ । କାରଣ ଏମିତି ପରିସ୍ଥିତିର ସାମ୍ନା କରିବାକୁ ଚାହୁଁନି ଯେଉଁଠି ଟୁଇଟର କର୍ମଚାରୀଙ୍କୁ ଜେଲ ଯିବାକୁ ପଡିବ । ଏପ୍ରିଲ ୧୨ରେ ବିବିସିକୁ ଦେଇଥିବା ସାକ୍ଷାତକାରରେ ଟୁଇଟର ମାଲିକ ଏଲନ ମସ୍କ ଏହା କହିଛନ୍ତି ।

ବିବିସି ଗୁଜରାଟ ଦଙ୍ଗାକୁ ନେଇ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱ ଉପରେ ଡକ୍ୟୁମେଂଟାରୀ ପ୍ରସ୍ତୁତ କରିଥିଲା । ଚାପ ପଡିବା ପରେ ଟୁଇଟର କିଛି ସାମଗ୍ରୀ ହଟାଇ ଦେଇଥିଲା । ଏହି ପ୍ରଶ୍ନର ଉତ୍ତରରେ ମସ୍କ କହିଛନ୍ତି ମୋତେ ଏହି ବିଶେଷ ପରିସ୍ଥିତି ବିଷୟରେ କିଛି ଜଣା ନାହିଁ । ଭାରତରେ ବାସ୍ତବରେ କଣ ଘଟିଥିଲା ଏହା ଉପରେ ମୋର ବିଶେଷ ଜ୍ଞାନ ନାହିଁ ।

ମସ୍କ କହିଛନ୍ତି, ଯେଉଁ ଦେଶରେ ଯେମିତି ନିୟମ ତାର ପାଳନ କରାଯିବା ଉଚିତ୍ । ଯଦି ଆମ ନିକଟରେ ବିକଳ୍ପ ରହିଛି ଯେ ଆମ ଲୋକ ଜେଲ୍ ଯାଆନ୍ତୁ କିମ୍ବା ଆମେ ଆଇନର ପାଳନ କରୁ । ତେବେ ମୋ ମତରେ ଆମକୁ ଆଇନର ପାଳନ କରିବା ଉଚିତ୍ ।

ଉଲ୍ଲେଖନୀୟ ଫେବୃଆରୀରେ ମୋଦୀଙ୍କୁ ନେଇ ଡକ୍ୟୁମେଂଟାରୀ ଜାରି ହେବା ପରେ ଆୟକର ଅଧିକାରୀ ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଦୁଇ ବିବିସି ଦପ୍ତରରେ ଚଢାଉ କରିଥିଲା । ବିଦେଶର ମିଡିଆ ସଂଗଠନ ଏହି ଚଢାଉକୁ ନିନ୍ଦା କରିଥିଲେ ।