Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିକୁ ଟାର୍ଗେଟ୍ କଲେ ମମତା; କହିଲେ ମୁଁ ତାଜମହଲ ଧ୍ବଂସ କରିବି ନାହିଁ

କୋଲ୍‌କାତା: ଇତିହାସ ପାଠ୍ୟ ପୁସ୍ତକ ସଂଶୋଧନ ପ୍ରସଙ୍ଗରେ ବିଜେପିକୁ କଟାକ୍ଷ କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଲେ ମୁଁ ତାଜମହଲ ଧ୍ବଂସ କରିବି ନାହିଁ । ଗତକାଲି କୋଲ୍‌କାତାର ଅଲିପୁରଠାରେ ଅତ୍ୟାଧୁନିକ ‘ଧନଧାନ୍ୟ ଅଡିଟରିୟମ୍‌’ ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେବାବେଳେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏହି କଥା କହିଥିଲେ।

ସେ ଏହା କହିଥିଲେ ଯେ ଇତିହାସ ହେଉଛି ସବୁବେଳେ ଇତିହାସ। ଇତିହାସକୁ ପରିବର୍ତ୍ତନ କରିବାର ଶକ୍ତି ଆମ ପାଖରେ ନାହିଁ। ଭାରତର ଇତିହାସ ହେଉଛି ଭାରତର ଐତିହ୍ୟ।
ଆପଣମାନେ ଯଦି ମତେ ସମର୍ଥନ ଦେବେ ଆହୁରି ଅନେକ କିଛି ହେବ। ମୁଁ କିଛି ଜିନିଷ ଭାଙ୍ଗିବି ନାହିଁ। କାହାକୁ ଚାକିରିରୁ ଛଟେଇ କରିବି ନାହିଁ। ଆମେ ହଠାତ୍‌ ତାଜମହଲ ଭାଙ୍ଗି ପକାଇବୁ ନାହିଁ। ହଠାତ୍‌ ଭିକ୍ଟୋରିଆ ମେମୋରିଆଲ୍‌ ଭାଙ୍ଗି ଦେବୁ ନାହିଁ। ଭାରତର ଇତିହାସ ହିଁ ଭାରତର ସମ୍ପଦ।

More Stories