Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ପର୍କର ଯନ୍ତ୍ରଣା ବଖାଣିଲେ ସଲମାନ; କହିଲେ…

ମୁମ୍ବାଇ: ଗତ କିଛିଦିନ ହେବ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି ଭାଇଜାନ ସଲ୍‌ମାନ। କେତେବେଳେ ଅତ୍ୟାଧୁନିକ ବୁଲେଟ ପ୍ରୁଫ୍‌ ଗାଡିକୁ ନେଇ ତ ଆଉ କେତେବେଳେ କାହାଠୁ ପାଇଥିବା ହତ୍ୟା ଧମକକୁ ନେଇ ଚର୍ଚ୍ଚାରେ ସଲ୍‌ମାନ। ଏବେ ସଲମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସଲମାନ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ସୋ’ରେ ପହଞ୍ଚିଥିଲେ। ଯେଉଁଠାରେ କପିଲ ଶର୍ମା ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଯେତେବେଳେ କପିଲ ତାଙ୍କୁ ‘ଜାନ୍‌’ ବିଷୟରେ ପଚାରିଥିଲେ, ସେତେବେଳେ ସଲମାନ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡଙ୍କୁ ମନେ ପକାଇଥିଲେ ଏବଂ କହିଥିଲେ ”ଜାନ୍‌ କହିକି ଜୀବନ ବର୍‌ବାଦ କରି ଦେଇଛି”। ତେବେ ସେ ଏମିତି ଥଟ୍ଟାରେ କହିଥିବା ଜଣାପଡ଼ିଛି।

‘ଦି କପିଲ ଶର୍ମା ଶୋ’ରେ ଫିଲ୍ମ ଟ୍ରେଲର ରିଲିଜ ହୋଇଛି। ଯେଉଁଥିରେ ସଲମାନ ଖାନ ଅତିଥି ଭାବରେ ନଜର ଆସିଛନ୍ତି। ଏହି ସମୟରେ କପିଲ ଶର୍ମା ସଲମାନ ଖାନଙ୍କୁ କେତେଗୁଡିଏ ମଜାଳିଆ ପ୍ରଶ୍ନ ପଚାରିଥିଲେ। ଏଥିରେ ସଲମାନ ତାଙ୍କ ପ୍ରେମ ଜୀବନର ଯନ୍ତ୍ରଣା ବିଷୟରେ ପ୍ରକାଶ କରିଥିଲେ। ତେବେ ସେ ଏହା ଥଟ୍ଟା ପରିହାସ କରି କହିଥିବା ଜଣାପଡ଼ିଛି। ସଲ୍‌ମାନଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ