Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଷଣ ଦେଉଥିବା ବେଳେ ଫୁଟିଲା ବୋମା; ଅଳ୍ପକେ ବର୍ତ୍ତିଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ଫୁଟଲା ବୋମା। ଅଳ୍ପକେ ବର୍ତ୍ତି‌ଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା। ଶନିବାର ୱାକାୟାମା ସହରରେ ଜାପାନ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ବୋମା ବିସ୍ଫୋରଣ ହୋଇଥିଲା। ତାଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତରଣ କରାଯାଇଥିଲା।

ଜାପାନ ଗଣମାଧ୍ୟମ ଅନୁଯାୟୀ, ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି। ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ବାସଭବନରେ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି । ମିଳିଥିବା ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଭାଷଣ ଦେବା ବେଳେ ସ୍ମୋକ ବୋମା ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଫଳରେ ସଭାସ୍ଥଳ ଧୂଆଁମୟ ହୋଇଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉକ୍ତ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ପ୍ରକାଶ ଥାଉ କି, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାଷଣ  ଦେଉଥିବାବେଳେ ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା । ୨ଟି ଗୁଳି ତାଙ୍କ ଛାତିରେ ବାଜିଥିଲା। ୬ ଘଣ୍ଟା କାଳ ମୃତ୍ୟୁ ସହ ସଂଘର୍ଷ କରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

More Stories