Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରୀ ବସ୍ତ୍ର ବୁଣାକାର ଙ୍କୁ ଭକୁଆ ଭାବୁଛନ୍ତିକି ଲେଲିନ ? – ମାନସ ରଞ୍ଜନ ବକ୍ସି

ସମ୍ବଲପୁର:ତାମିଲ ଗୁମାସ୍ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗି ପିନ୍ଧା ପ୍ରସଙ୍ଗକୁ ନେଇ ବିଜେଡି ମୁଖପାତ୍ର ଡ଼.ଲେନିନ ମହାନ୍ତି ଇଲାଷ୍ଟିକ ଟାଣିଲା ଭଳି ଟାଣି ପ୍ରସଙ୍ଗରେ ସମ୍ବଲପୁରୀ ବୁଣାକାରଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍ବଜନିକ ସ୍ଥାନରେ ଲୁଙ୍ଗି ପିନ୍ଧାକୁ ନେଇ ଟିପ୍ପଣୀ ଦେଇଥିଲେ । ସେଥିରେ ସମ୍ବଲପୁରୀ ବସ୍ତ୍ରର କୌଣସି ବିଷୟ ହିଁ ନଥିଲା । ଡ଼.ଲେନିନ ଜବରଦସ୍ତି ଏହି ପ୍ରସଙ୍ଗରେ ସମ୍ବଲପୁରୀ ବସ୍ତ୍ର ଓ ବୁଣାକାରଙ୍କୁ ଟାଣୁଛନ୍ତି । ସେ ସମ୍ବଲପୁରୀ ବୁଣାକାରଙ୍କୁ ନେଇ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେଥିରେ ସମ୍ବଲପୁରୀ ବସ୍ତ୍ର ର ବୁଣାକାର ଭକୁଆ ବନିବେ ନାହିଁ । କାରଣ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ, ଗୀତ, ନାଚ, ସଙ୍ଗୀତ, ବାନ୍ଧକଳାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟିକୋଣ କଣ କେମିତି ରହିଛି ତାହା ବାନ୍ଧଶିଳ୍ପୀ ଓ ବୁଣାକାର ଙ୍କୁ ଠିକ ଭାବେ ଜଣା ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯିଏ କି ସର୍ବାଧିକ ସମୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରନ୍ତି । ସ୍ୱାଧୀନତାର ସତୁରି ବର୍ଷରେ ସମ୍ବଲପୁରୀକୁ ଯେତିକି ସମ୍ମାନ ମିଳି ନଥିଲା ମୋଦୀ ସରକାରର ଦଶ ବର୍ଷରେ ତାହା ପୁରଣ ହୋଇଚାଲିଛି । ସମ୍ବଲପୁରୀର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାର ସର୍ବାଧିକ କାର୍ଯ୍ୟ ମୋଦୀ ସରକାର କରିଛନ୍ତି । ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଆଇ.ଆଇ.ଏମର କୋଠାରେ ସମ୍ବଲପୁରୀର ଝଲକ ଓ ଶିକ୍ଷାନୁଷ୍ଠାନରେ ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର ଖୋଲିବାର ଶ୍ରେୟବି ଲୋକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଓଡ଼ିଶାରେ କଳା ଓ ହସ୍ତଶିଳ୍ପର ବିକାଶ ଏବଂ ବୁଣାକାର ମାନଙ୍କ ସମୃଦ୍ଧି ଉଦ୍ଦେଶ୍ୟରେ ଆଇଆଇଏମ ସମ୍ବଲପୁରଠାରେ SIDBI ଦ୍ବାରା ୧୦୦ କୋଟି ଟଙ୍କାର ଏକ ବିଶେଷ ଇନକ୍ୟୁବେଟର ସ୍ଥାପନ କରାଯାଇଛି।
ସେ ସମ୍ବଲପୁରୀ ସହିତ ଜଡିତ ବ୍ୟକ୍ତି ବିଶେଷ ହୁଅନ୍ତୁ କି ସମ୍ବଲପୁର ମାଁ ମାଟି ସହିତ ଜଡିତ ବୀରପୁତ୍ର ବରପୁତ୍ର ହୁଅନ୍ତୁ କିମ୍ବା ଅଞ୍ଚଳର ବଳିଦାନୀ ମାଟିର ସ୍ମୃତି ହେଉ ସମ୍ବଲପୁରୀକୁ ସମ୍ମାନ ଦେବା ଭଳି ଏମିତି ଅନେକ ଐତିହାସିକ ପଦକ୍ଷେପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାତକୁ ନେଇଛନ୍ତି । ଡ଼.ଲେନିନ ବୋଧେ ଭାବୁଛନ୍ତି ଯେ ସମ୍ବଲପୁରୀ ବୁଣାକାରଙ୍କ ବିଷୟରେ ଏଭଳି ମିଥ୍ୟା ଯୁକ୍ତ ଭାବନାତ୍ମକ ଶବ୍ଦ କିଛି କହିଦେଲେ ସମ୍ବଲପୁରବାସୀ ଭ୍ରମିତ ହେବେ । ଲେନିନ ବାବୁ ଜାଣି ରଖିବା ଉଚିତ ଯେ ସମ୍ବଲପୁରିଆ ମାନେ ଭଦ୍ର, ସରଳ, ନିରୀହ ହୋଇ ପାରନ୍ତି, କିନ୍ତୁ ମୂର୍ଖ କି ଭକୁଆ ନୁହଁନ୍ତି ଯେ ସମ୍ବଲପୁର ଓ ସମ୍ବଲପୁରୀ ବିରୋଧୀ ଙ୍କ ମିଛ କଥା ରେ ଫସିଯିବେ ।