କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସକୁ ଝଟକା ! ୪୦ ସିଟରେ ନିବାଚନ ଲଢିବ ଏନସିପି


ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିବାଚନରେ ଏବେ ଏନସିପିର ଏଂଟ୍ରି ହୋଇଛି । ପାର୍ଟି ସୁପ୍ରିମୋ ଶରଦ ପାୱାର ଖୋଦ୍ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଏନସିପି ରାଜ୍ୟର ୨୨୪ ବିଧାନସଭାରୁ ୪୦ରୁ ୪୫ ଆସନରେ ନିର୍ବାଚନ ଲଢିବ । କର୍ଣ୍ଣାଟକ ନିବାଚନକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଏନସିପି କାର୍ଯ୍ୟାଳୟରେ ନେତାଙ୍କ ସହ ଶରଦ ପାୱାର ବୈଠକ କରିଛନ୍ତି । ଶରଦଙ୍କ ଏମିତି ନିଷ୍ପତି ନିଶ୍ଚିତ ଭାବେ କଂଗ୍ରେସ ପାଇଁ ଝଟକା ସଦୃଶ ।

କର୍ଣ୍ଣାଟକ ଏନସିପି ଅଧ୍ୟକ୍ଷ ହରି ଆର କହିଛନ୍ତି, ଆଗାମୀ ନିବାଚନରେ ଆମେ ଅତି କମରେ ୪୦ ଆସନରେ ପ୍ରାର୍ଥୀ ଦେବୁ । ବିଜେପିର ୪-୫ ବିଧାୟକ ପାର୍ଟିରେ ସାମିଲ ହେବା ପାଇଁ ଆମ ଯୋଗାଯୋଗରେ ଅଛନ୍ତି । ବେଙ୍ଗାଲୁରୁର ପୂର୍ବତନ ମେୟର ବି ଆମ ପାର୍ଟିରେ ସାମିଲ ହୋଇ ପାରନ୍ତି ।

ଏନସିପି ଜାତୀୟ ପାର୍ଟିର ମାନ୍ୟତା ପୁଣି ଥରେି କର୍ଣ୍ଣାଟକରେ ନିବାଚନ ଲଢିବାକୁ ନିଷ୍ପତି ନେଇଛି । ଦଳର ବରିଷ୍ଠ ନେତା ପ୍ରଫୁଲ ପଟେଲ କହିଛନ୍ତି ପୁନର୍ବାର ଜାତୀୟ ଦଳର ମାନ୍ୟତା ଫେରି ପାଇବା ପାଇଁ ଆମକୁ ଜରୁରୀ ପଦକ୍ଷେପ ଉଠାଇବାକୁ ପଡିବ । ସୂଚନାଯୋଗ୍ୟ, କର୍ଣ୍ଣାଟକରେ ମେ ୧୦ରେ ମତଦାନ ହେବାକୁ ଥିବା ବେଳେ ମେ ୧୩ରେ ଭୋଟ୍ ଗଣତି ହେବ ।