Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ : ଦୁର୍ଗମ ଅଞ୍ଚଳରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

କଳାହାଣ୍ଡି,୦୧/୦୫-ଧିରେ ଧିରେ ନିର୍ବାଚନ ତାତି ବଢ଼ିବାରେ ଲାଗିଥିବାବେଳେ ଆଜି ଲାଞ୍ଜିଗଡ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମାରାଥନ ପ୍ରଚାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ। ଆଜି ସକାଳୁ ସେ ବିଶ୍ୱନାଥପୁରରୁ ବାହାରି କୁମଖାଲ ପଞ୍ଚାୟତର ଖଜୁରଗୁଡା, କୁମଖାଲ, ଲୁମାଗାଁ ସମେତ କାନକୁଟ୍ରୁ ପଞ୍ଚାୟତର କୁମାରପଡ଼ା, କାଲସୁର, କାନକୁଟ୍ରୁ, ପାଇକବୋରି, କନ୍ଧବୋରି, ମଟକେରା ଗାଁରେ ପ୍ରଚାର କରିବା ସହିତ ଯୋଡ଼ିଶଙ୍ଖରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ସେହିପରି ବନ୍ଧପାରୀ ଗାଁରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ସହିତ କର୍ମୀମାନଙ୍କୁ ଦୁଇଗୁଣ ଉତ୍ସାହର ସହିତ କାମ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସ୍ଥାନରେ ବିଧାୟକ ପ୍ରାର୍ଥୀଙ୍କୁ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ବିଧାୟକଙ୍କ ସହିତ ବହୁସଂଖ୍ୟାରେ ଦଳୀୟ ନେତୃବୃନ୍ଦ, ପୁରୁଷ ଓ ମହିଳା କର୍ମୀ ସାମିଲ ହୋଇଥିଲେ। ବିଧାୟକ ପ୍ରାର୍ଥୀଙ୍କ ସହିତ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବିଜେଡି ନେତା ଚାଞ୍ଚେର ମାଝୀ, ହରିହର କୁମାର, ବ୍ଲକ ଉପାଧ୍ୟକ୍ଷ ସଂଜୀବ ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ମହିଳା ବିଜେଡି ସଭାନେତ୍ରୀ ସୁଜାତା ଘଡେଇ, ଛତ୍ରପୁର ସରପଞ୍ଚ ସୁଷମା ମାଝୀ ପ୍ରମୁଖ ଏହି ମାରାଥନ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ