Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଲୋକସଭା କ୍ଷେତ୍ର : ମଇଦାନରେ ଆଇଆଇଟିୟାନ ଧର୍ମାନନ୍ଦ ଗହୀର : ଚର୍ଚ୍ଚାରେ ନିଆରା ପ୍ରଚାର ଶୈଳୀ

କଳାହାଣ୍ଡି,୦୩/୦୫-ନିର୍ବାଚନରେ ପ୍ରାର୍ଥୀତ୍ୱ ସହିତ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା, ନିର୍ବାଚନରେ ଜିଣିବା ପାଇଁ ବିଭିନ୍ନ ପ୍ରଚାର କୌଶଳ ଆପଣାଉଛନ୍ତି ପ୍ରାର୍ଥୀମାନେ। ପୋଷ୍ଟର, ବ୍ୟାନର, ଭଳି କି ଭଳି ସମ୍ବଲପୁରୀ ପ୍ରଚାର ଗୀତ, ଭାଷଣ, ନାରାବାଜି, ସଭା, ସମାବେଶ, ରୋଡ଼ ସୋ ଆଦି କରି ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରୁଛନ୍ତି। ଦଳୀୟ ପ୍ରାର୍ଥୀମାନେ ନିଜ ନିଜର ନେତୃବୃନ୍ଦଙ୍କୁ ନେଇ ଭୋଟ ପ୍ରଚାର କରୁଥିବାବେଳେ ଆଇଆଇଟି କାନପୁରରୁ ଗଣିତରେ ଉଚ୍ଚଶିକ୍ଷା ଲାଭ ସହିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ତଥା ଚଳିତ ନିର୍ବାଚନରେ ସ୍ୱାଧୀନ ଲୋକସଭା ପ୍ରାର୍ଥୀ ଡ. ଧର୍ମାନନ୍ଦ ଗହୀରଙ୍କ ନିଆରା ପ୍ରଚାର କୌଶଳ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଡ. ଗହୀର ନିଜ ନାମାଙ୍କନ ପତ୍ର ଦାଖଲ ଦିନଠାରୁ ହିଁ ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ ରହି ଆସିଛନ୍ତି। କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଜଣେ ଉଚ୍ଚଶିକ୍ଷିତ ସାଂସଦ ପ୍ରାର୍ଥୀ ଭାବେ ସେ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଥିବାବେଳେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କଠାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଯିବା ସମୟରେ ରାସ୍ତାରେ ସ୍କେଟିଂ କରି ଯାଇଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଚାର ସମୟରେ ସେ ଗାଁ ଦାଣ୍ଡରେ ସ୍କେଟିଂ କରି ଲୋକଙ୍କୁ ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ସ୍କେଟିଂ କରି ନିର୍ବାଚନ ପ୍ରଚାର କରିବାରେ ଧର୍ମାନନ୍ଦ ଦେଶର ପ୍ରଥମ ସାଂସଦ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ରହିଛନ୍ତି। ଏପରିକି ବିଭିନ୍ନ ଗାଁରେ ଲୋକେ ତାଙ୍କ ସ୍କେଟିଂ ଦେଖିବାକୁ ଭିଡ଼ ଜମାଉଥିବାବେଳେ ଉତ୍ସୁକ ଲୋକଙ୍କୁ ସେ ସ୍କେଟିଂର ଉପକାରିତା ସଂପର୍କରେ ଓ ଫିଟନେସ ଟିପ୍ସ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ମୁଖ୍ୟଧାରାର କୌଣସି ଗଣମାଧ୍ୟମରେ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଆଜିଯାଏଁ ଚର୍ଚ୍ଚା କି ଆଲୋଚନା ହୋଇନଥିଲେ ହେଁ ଅର୍ଥ ଓ ବାହୁବଳ ସର୍ବସ୍ବ ନିର୍ବାଚନରେ ଜଣେ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଭାବେ ମଇଦାନରେ ରହି ଲଢେଇ କରିବା ସବୁଠୁ ବଡ଼କଥା ବୋଲି ତାଙ୍କ ସମର୍ଥକମାନେ ମତ ପ୍ରକାଶ କରିଛନ୍ତି।