Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବିଡିଓଙ୍କ ଫେସବୁକ ଏକାଉଣ୍ଟ ହ୍ୟାକ କରି ଟଙ୍କା ମାଗୁଛି ଦୁର୍ବୃତ୍ତ : ସତର୍କ ହେବାକୁ ନିବେଦନ

କଳାହାଣ୍ଡି,୧୭/୦୫-ନିର୍ବାଚନ ଭିତରେ ମାତିଛନ୍ତି ସାଇବର ଲୁଟେରା। ବିଭିନ୍ନ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ସେମାନେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଲୁଟ କରିବାକୁ ନୂଆ ନୂଆ ଉପାୟ ବାହାର କରୁଛନ୍ତି। ଏପରିକି ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଫେସବୁକକୁ ହ୍ୟାକ କରି ଜାଲ ଏକାଉଣ୍ଟ ଖୋଲିବା ସହିତ ଚାଲାକି କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଚିହ୍ନା ପରିଚିତ ଓ ବନ୍ଧୁବାନ୍ଧବଙ୍କୁ ପ୍ରଥମେ ବନ୍ଧୁତା ପାଇଁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ପରେ ମେସେଞ୍ଜରରେ ଚାଟିଙ୍ଗ କରି ଅର୍ଥ ଦାବି କରୁଥିବା ଭଳି ଅଭିଯୋଗ ଏବେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଏକ ଅଭିଯୋଗ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଅନୁଯାୟୀ, ଲାଞ୍ଜିଗଡ ବ୍ଲକ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ଶଶାଙ୍କ ପାତ୍ରଙ୍କ ଫେସବୁକ ଏକାଉଣ୍ଟକୁ କେହି ଦୁର୍ବୃତ୍ତ ହ୍ୟାକ କରି ତାଙ୍କ ନାମରେ ଜାଲ ଏକାଉଣ୍ଟ ଖୋଲି ଲୋକଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବା ସହିତ ଅତ୍ୟନ୍ତ ଜରୁରୀ ଥିବା କହି ଅର୍ଥ ଦାବି କରୁଥିବା ଭଳି ଘଟଣା ଏବେ ଅଂଚଳରେ ଆଲୋଚନାର ବିଷୟ ହୋଇଛି। ତେବେ ଶ୍ରୀ ପାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ବ୍ୟସ୍ତ ଥିବାବେଳେ ଏଭଳି ଘଟଣା ଘଟିଥିବାବେଳେ ତାଙ୍କର ବହୁ ବନ୍ଧୁ ଓ ଶୁଭେଛୁ ତାଙ୍କ ଫେସବୁକ ଏକାଉଣ୍ଟ ହ୍ୟାକ ହୋଇଥିବା ସମ୍ପର୍କରେ ତାଙ୍କୁ ଜଣାଇବାରୁ ସେ ସତର୍କ ହେବା ସହିତ ଏନେଇ ଫେସବୁକ କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ କରିବା ସହିତ ଜାଲ ଏକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଲେ ଗ୍ରହଣ ନକରିବାକୁ ଏବଂ ଅର୍ଥ ନଦେବାକୁ ସେ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ