Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରେ ବିଜେପିକୁ ଝଟକା; କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର: ଆସନ୍ତା ମାସ କର୍ଣ୍ଣାଟକ ନିର୍ବାଚନ ହେବାକୁ ଥିବା ବେଳେ ବିଜେପିକୁ ଗୋଟେ ପରେ ଗୋଟେ ଝଟ୍‌କା ମିଳି ଚାଲିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଲିଙ୍ଗାୟତର ବିଶିଷ୍ଟ ନେତା ଶ୍ରୀ ଶେଟ୍ଟର ବିଧାୟକ ପଦରୁ ଇସ୍ତଫା ଦେଇ ଗତକାଲି ବିଜେପି ଛାଡିଥିଲେ। ସେ ଗତକାଲି ବିଳମ୍ବିତ ରାତିରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିଥିଲେ।

ବେଙ୍ଗାଲୁରୁରେ ଅନୁଷ୍ଠିତ ବୈଠକରେ କଂଗ୍ରେସର ସାଧାରଣ ସଂପାଦକ ରଣଦୀପ ସିଂ, ସୁରଜେୱାଲା, ଦଳର କର୍ଣ୍ଣାଟକ ମୁଖ୍ୟ ଡି.କେ ଶିବକୁମାର ଏବଂ ବରିଷ୍ଠ ନେତା ସିଦ୍ଧରମୈୟା ଉପସ୍ଥିତ ଥିଲେ।

ବିଜେପିର ଏହି ବରିଷ୍ଠ ନେତାଙ୍କୁ ଦଳ ଆଗାମୀ ନିର୍ବାଚନ ପାଇଁ ଟିକେଟ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ବିଜେପିକୁ ଏହା ୨ୟ ବଡ ଝଟକା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories