Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ନିଯୁକ୍ତି ଘୋଟାଲା; ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆଶ୍ବସ୍ତି; ହାଇକୋର୍ଟଙ୍କ ଆଦେଶ ଉପରେ ରହି‌ତାଦେଶ ଜାରି କଲେ ସୁପ୍ରିମ୍‌କୋର୍ଟ

କୋଲକାତା: ପଶ୍ଚିମବଙ୍ଗର ଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆଶ୍ବସ୍ତି ମିଳିଛି। ତାଙ୍କ ବିରୋଧରେ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମ୍‌କୋର୍ଟ। ଏପ୍ରିଲ ୨୪ ରେ ଅଭିଷେକଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ।

ହାଇକୋର୍ଟ ଅଭିଷେକଙ୍କ ବିରୋଧରେ ତଦନ୍ତ କରିବାକୁ ଇଡି ଏବଂ ସିବିଆଇକୁ କହିଥିଲେ। ଅଭିଷେକ କହିଛନ୍ତି ଯେ ଏହି ଅଭିଯୋଗ ହୋଇଥିବା ସ୍କାମ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ମାତ୍ର ବିଚାରପତି କେବଳ ଗୋଟିଏ ଭାଷଣ ଆଧାରରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖି ପଶ୍ଚିମବଙ୍ଗ ପୋଲିସକୁ ଶିକ୍ଷକ ନିଯୁକ୍ତି ଘୋଟାଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦାଏର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ, ଆବେଦନକାରୀଙ୍କ ବିରୁଦ୍ଧରେ ଏଜେନ୍‌ସିମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ