Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

କଳାହାଣ୍ଡି,୩୦/୦୫-ପାରିବାରିକ କଳହରୁ ନିଜ ସ୍ତ୍ରୀକୁ ଅତର୍କିତ ଆକ୍ରମଣ କରିବା ସହିତ ଟାଙ୍ଗିଆରେ ଚାରିଚୋଟ ମାରି ଲହୁଲୁହାଣ କରିଦେଇଛି ରାକ୍ଷସ ସ୍ୱାମୀ। ସ୍ତ୍ରୀକୁ ଗୁରୁତର ଭାବେ ଉଦ୍ଧାର କରି ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ କପାଗୁଡା ଗାଁର ପୁରୁଷୋତ୍ତମ ମାଝୀ(୩୬) ନାମକ ଜଣେ ଯୁବକ ନିଜ ସ୍ତ୍ରୀ ବୈଜୟନ୍ତୀ ମାଝୀ(୩୫)କୁ ଆଜି ଦିନବେଳେ ଗୋଡେଇ ଗୋଡେଇ ଏକ ଟାଙ୍ଗିଆରେ ଆକ୍ରମଣ କରିବା ସହିତ ଚୋଟ ପରେ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ବୈଜୟନ୍ତୀ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଭାବେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବିଷମକଟକସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ଏନେଇ ତାଙ୍କର ଜଣେ ସମ୍ପର୍କୀୟ ଅକୁର ମାଝୀଙ୍କ ଅଭିଯୋଗକୁ ଭିତ୍ତି କରି ଲାଞ୍ଜିଗଡ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ୱରେ ପୁଲିସ ବଳ ଅଭିଯୁକ୍ତ ପୁରୁଷୋତ୍ତମକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି। ଏନେଇ ପୁଲିସ ପକ୍ଷରୁ କେସ ନଂ ୬୧/୨୦୨୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଏସଆଇ ଲିଙ୍ଗରାଜ ସେଠୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ