Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେକରତୋଳାରେ ବୃଦ୍ଧାଙ୍କ ମୃତ୍ୟୁ : ଅଂଶୁଘାତ ସନ୍ଦେହ

କଳାହାଣ୍ଡି,୩୧/୦୫-କଳାହାଣ୍ଡି ଜିଲ୍ଲାରେ ଲଗାତାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଜି ପାରଦ ୪୫ ଡିଗ୍ରୀ ଉପରେ ରହିଛି। ପ୍ରବଳ ଖରା ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ସକାଳ ୯ଟାରୁ ୪ଟା ଯାଏଁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏ ପରିସ୍ଥିତିରେ ଆଜି ଜିଲ୍ଲାର ମ. ରାମପୁର ଅଞ୍ଚଳରେ ଜଣେ ବୃଦ୍ଧଙ୍କ ଅଂଶୁଘାତଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେହିପରି ଲାଞ୍ଜିଗଡ଼ ବ୍ଲକ ଗୋବର୍ଧନପୁର ପଞ୍ଚାୟତ ଟେକରତୋଳା ଗାଁରେ ଯଶୋବନ୍ତୀ ପାଢ଼ୀ(୭୦) ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସେ ପ୍ରବଳ ଖରା ଯୋଗୁଁ ଅସୁସ୍ଥ ଅନୁଭବ କରୁଥିଲେ ଓ ଦିନ ୧୨ଟା ସମୟରେ ଦୁଆର ମୁହଁରେ ଅଚେତ ହୋଇ ପଡିଯାଇଥିଲେ। ବୃଦ୍ଧା ଜଣକ ପଡ଼ିଯିବା ଦେଖି ପରିବାର ଓ ପାଖ ପଡୋଶୀ ଆସି ଦେଖିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ