ବିଜେପି ଯୁବନେତା ଅଭିଳାଷଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ


ଭଦ୍ରକ: ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ୫ ଜଣ ଗିରଫ ହୋଇଥିଲେ । ଏବେର ୫କୁ ମିଶାଇ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଗିରଫ ହୋଇ ସାରିଲେଣି ।

ଗତ ୩୦ ତାରିଖରେ ଅଭିଳାଷ ପଣ୍ଡା ପ୍ରଚାର ସାରି ୪୦ରୁ ୫୦ ଜଣ କର୍ମୀଙ୍କ ସହ ଫେରୁଥିବା ବେଳେ ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ ଅଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।

ଅଭିଳାଷଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର ।