Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦେଶରେ ଚମକିଲେ ଓଡ଼ିଆ ଝିଅ; ଶାଢୀ ପିନ୍ଧି ଦୌଡିଲେ ମାରାଥନ୍‌

ଭୁବନେଶ୍ବର: ସ୍ବତନ୍ତ୍ର ପରମ୍ପରା ଓ ସଂସ୍କୃତି ଓଡ଼ିଶାକୁ ସାରା ବିଶ୍ବରେ ନୂଆ ପରିଚୟ ଦେଇଛି। ଓଡ଼ିଶାର ସଂସ୍କୃତିକୁ ବିଦେଶ ମାଟିରେ ଏକ ନୂଆ ରୂପରେ ପରିବେଷଣ କରିଛନ୍ତି ଓଡ଼ିଆ ଝିଅ। ସାରା ବିଶ୍ବରେ ଚମକିଲେ ଓଡ଼ିଆ ଝିଅ। ଓଡ଼ିଆଣି ବେଶରେ ଦୌଡିଲେ ମାରାଥନ୍‌। ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି। ବ୍ରିଟେନରେ ଜଣେ ଓଡିଆ ଝିଅ ମଧୁସ୍ମିତା ଜେନା ଶାଢୀ ପିନ୍ଧି ମାରାଥନ୍‌ ଦୌଡିଛନ୍ତି। ସମ୍ବଲପୁରୀ ଶାଢୀରେ ମାରାଥନ୍‌ ‌ଦୌଡିଲେ ମଧୁସ୍ମିତା। ବ୍ରିଟେନର ମଞ୍ଚେଷ୍ଟର ମାରାଥନ୍‌ରେ ‌୪୨ କିଲୋମିଟର ଦୌଡି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୪ ଘଣ୍ଟା ୫୦ ମିନିଟ୍‌ ଶାଢୀ ପିନ୍ଧି ଦୌଡିଥିଲେ ମଧୁସ୍ମିତା।

ଶାଢୀ ପିନ୍ଧି ମାରାଥନ୍‌ ଦୌଡିବା ଏକ କଷ୍ଟସାଧ୍ୟ କାର୍ଯ୍ୟ। କିନ୍ତୁ ଏହି କଠିନ କାର୍ଯ୍ୟକୁ ସରଳ କରି ସଫଳତା ହାସଲ କରିଛନ୍ତି ମଧୁସ୍ମିତା। ନିଜର ଅନନ୍ୟ ପ୍ରତିଭା ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ସେ।

ମଧୁ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ଉତ୍ତର ପଶ୍ଚିମ ଇଂଲଣ୍ଡ ଓଡିଆ ସମ୍ପ୍ରଦାୟର ଜଣେ ସକ୍ରିୟ ସଦସ୍ୟ ମଧ୍ୟ। ସେ ସମଗ୍ର ବିଶ୍ୱରେ ଅନେକ ମାରାଥନ୍ ଏବଂ ଅଲଟ୍ରା ମାରାଥନ୍‌ରେ ଅଂଶଗ୍ରହଣ କରିଛନ୍ତି। ଶାଢୀ ପିନ୍ଧି ମାରାଥନ୍‌ ଦୌଡିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲେ ମଧ୍ୟ ସେ ଏହାକୁ ସଫଳତାର ସହ ପୁରା କରିପାରିଛନ୍ତି। ଯାହା ଦ୍ବାରା ସମଗ୍ର ଓଡିଆ ସମ୍ପ୍ରଦାୟକୁ ଗର୍ବିତ କରିପାରିଛନ୍ତି।