ପାରଳାଖେମୁଣ୍ଡି:୫/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବଦ୍ୟାଳୟ ପରିସରର ଅନୁଷ୍ଠିତ ହୋଇଯାଇଛି l ଏହି ଭୋଟ ଗଣତି ରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଶ୍ରୀ ରୁପେଶ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି l ଶ୍ରୀ ପାଣିଗ୍ରାହୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ କେ ନାରାୟଣ ରାଓ ଙ୍କ ଠାରୁ ୩୯୪୫ ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି l ଏଠାରେ ବିଜେଡି ପ୍ରାର୍ଥୀ ଶ୍ରୀ ରୂପେଶ ପାଣିଗ୍ରାହୀ ମୋଟ ୫୫,୫୮୩ ଭୋଟ ପାଇ ଥିବା ବେଳେ ବିଜେପି ପ୍ରାର୍ଥୀ ୫୧, ୬୩୮ଭୋଟ ପାଇଛନ୍ତି l
ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗୋମାଙ୍ଗ ଦ୍ୱିତୀୟ ବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି l ଶ୍ରୀ ଗମାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକଙ୍କ ଠାରୁ ୪, ୨୨୮ଟି ଅଧିକ ଭୋଟ ପାଇ ଲଗାତାର ଦ୍ବିତୀୟ ଥର ବିଧାୟକ ଭାବେ ବିଜୟୀ ହୋଇଛନ୍ତି l ଏଠାରେ ଶ୍ରୀ ଦାଶରଥି ଗମାଙ୍ଗ ୬୨, ୦୮୦ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଶାନ୍ତ ମଲ୍ଲିକ ୫୭, ୮୫୨ଟି ଭୋଟ ପାଇଛନ୍ତି l ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ବାସି ଭୋଟ ଗଣତି ର ପ୍ରତ୍ୟେକ ରାଉଣ୍ଡ ର ଫଳା ଫଳ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବିଦ୍ୟାଳୟ ପରିସରରେ ଥିବା ଖେଳ ପଡିଆ ଠାରେ ମେଗା ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶନ କରାଯିବା ବେବସ୍ଥା ହୋଇଥିଲା l ପାରଳାଖେମୁଣ୍ଡି ରେ ବିଜେଡ଼ି ପ୍ରାର୍ଥୀ ଏଵଂ ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଧାୟକ ଭାବେ ବିଜୟୀ ହୋଇଥିବା ଯୋଗୁଁ ଉଭୟ ଦଳର ଶତାଧିକ ସମର୍ଥକଙ୍କ ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଥିଲା ବେଳେ ବିଜେପି ସମର୍ଥକ ମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳାଇ ଦେଇଥିଲା l କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା l