Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ମିଶିପାରନ୍ତି ଏନ୍‌ସିପି ନେତା ଅଜିତ ପାୱାର

ମହାରାଷ୍ଟ୍ର: ବିଜେପିରେ ମିଶିପାରନ୍ତି ଏନ୍‌ସିପି ନେତା ଅଜିତ ପାୱାର। ଏ ନେଇ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି। ଜୋର ଧରିଛି ଚର୍ଚ୍ଚା। କୁହାଯାଉଛି ଏନସିପି ବିଧାୟକ ଅଜିତ ପାୱାର ତାଙ୍କ ଦଳର ପ୍ରାୟ ୩୦-୪୦ ବିଧାୟକଙ୍କ ସହ ବିଜେପି-ସିନ୍ଦେ ସରକାରରେ ସାମିଲ ହେବେ।

ଏ ନେଇ ଅଜିତ ପାୱାର ଆଜି ଏକ ବୈଠକ ଡକାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ୫୩ ବିରୋଧୀ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୩୪ ବିଧାୟକ ଅଜିତ ପାୱାର ବିଜେପିରେ ଯୋଗ ଦେବା ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ଏହାକୁ ଗୁଜବ କହିବା ସହ ଘଟଣାକୁ ଅସ୍ବୀକାର କରିଛନ୍ତି ଅଜିତ ପାୱାର। ତେବେ ତାଙ୍କ ଟ୍ବିଟର ଆକାଉଣ୍ଟରୁ ଏନସିପି ଲୋଗୋ ହଟିଯିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଏହା ଗୁଜବ ହେଉ କି ସତ ଅଜିତ ପାୱାର ବିଜେପିରେ ଯୋଗ ଦେବା ପ୍ରସଙ୍ଗକୁ ପ୍ରଫୁଲ ପଟେଲ, ସୁନୀଲ ତତକରେ, ଛଗନ ଭୂଜବଳ, ଧନଞ୍ଜୟ ମୁଣ୍ଡେଙ୍କ ସମେତ ବହୁ ଜଣାଶୁଣା ଚେହେରା ଆହୁରି ଅନେକ ପ୍ରମୁଖ ନେତା ସମର୍ଥନ ଜଣାଇଛନ୍ତି।

ସୂଚନା ଅନୁଯାୟୀ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବିନା ଅନୁମତିରେ ଅଜିତ ପାୱାର ବିଜେପିରେ ଯୋଗ ଦେବେନି ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories