ନିର୍ବାଚନ ପରବର୍ତ୍ତି ହିଂସା; ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ


ଭଦ୍ରକ: ରାଜ୍ୟରେ ନିର୍ବାଚନ ସରିଛି । ହେଲେ ରାଜନୈତିକ ହିଂସା ଥମିବାର ନାଁ ନେଉନି । ଭଦ୍ରକରେ ରାଜନୈତିକ ଅସନ୍ତୋଷରୁ ଦମ୍ପତିଙ୍କୁ ଆକ୍ରମଣ ହେଇଥିବା ଅଭିଯୋଗ ହୋଇଛି । ଘଟଣା ସାବରଙ୍ଗ ଥାନା ବଡ଼ଗୋପାଳ ସାହିରେ ଘଟିଛି । ଆହତ ଦମ୍ପତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜୟରାମ ମାଝୀ ଏବଂ ତାଙ୍କ ସ୍ତ୍ରୀ ହରପ୍ରିୟା ଘରେ ଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଘରକୁ ପଶି ଆସି ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ଦୁର୍ବୃତ୍ତମାନେ ଘରର ଆସବାବପତ୍ର ଭାଙ୍ଗି ନଷ୍ଟ କରି ସେଠାରୁ ଚମ୍ପଟ ମାରିଥିଲେ ।

ଆହତ ଜୟରାମ ଏବଂ ତାଙ୍କ ସ୍ତ୍ରୀ ହରପ୍ରିୟାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଜୟରାମଙ୍କ ପୁଅ ସାବରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବିଜେଡିର କର୍ମୀମାନେ ଏହି ଆକ୍ରମଣ କରିଥିବା ଜୟରାମ ଅଭିଯୋଗ କରିଛନ୍ତି।