Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ମୋହନା ଓ ଆର.ଉଦୟଗିରି ଥାନା ଅଂଚଳରେ ଦେଢ କୋଟି ଟଙ୍କାର ଗଂଜେଇ ଜବତ, ୩ ମାଫିଆ ଗିରଫ

ପାରଳାଖେମୁଣ୍ଡି:୧୦/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ଥାନା ଅଂଚଳରେ ଦେଢ କୋଟି ଟଙ୍କାର ଗଂଜେଇ ଜବତ କରିଛି ପୋଲିସ, ଚାଲାଣରେ ସମ୍ପୃକ୍ତ ୩ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଘଟଣା ସ୍ଥଳରୁ ପୋଲିସ୍ ଏକ କଣ୍ଟେନର ଓ ଦୁଇଟି କାର ଜବତ କରିଛି l ମୋହନା ଥାନା ପୋଲିସ କମଳାପୁରା ନାକା ଗେଟ୍ ରେ ପେଟ୍ରୋଲୀଙ୍ଗ କରୁଥିବା ସମୟରେ ସନ୍ଦେହରେ କଣ୍ଟେନରକୁ ଯାଞ୍ଚ କରିଥିଲା l ଯାଞ୍ଚ୍ ବେଳେ କଣ୍ଟେନରର ସିକ୍ରେଟ ଚାମ୍ବରରୁ ପୋଲିସ ୭ କୁଇଣ୍ଟାଲ୍ ୫୮ କେଜି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଦୁହେଁ ଉତ୍ତର ପ୍ରଦେଶ ର ମହମ୍ମଦ ଅଲ୍ଲୀ ଓ ତସଲିମ୍ ଖାଁ। ସେହିପରି ଆର.ଉଦୟଗିରି ପୋଲିସ ରାମଗିରି ଓ ଛେଳିଗଡ ନିକଟରେ ଏକ ବାଲେନୋ ଓ ଇନୋଭା କାରରୁ ୨ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି l ଚାଲାଣରେ ସମ୍ପୃକ୍ତ ରାମଗିରି ର ସୁଧାଂଶୁ କରାଡ଼ କୁ ଗିରଫ କରିଛି । ଉଭୟ ସ୍ଥାନରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ କୋଟିତୁ ଉର୍ଦ୍ଧ୍ବ ହେବ । ଅଡବା ଓ ଆର.ଉଦୟଗିରି ଥାନା ଅଞ୍ଚଳରୁ ବିହାର ଓ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଛି l ଏ ନେଇ ଗଜପତି ଏସପି ସ୍ଵାତୀ ଏସ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l