Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଳାର କାଶୀନଗର ରାୟଗଡ଼ ଓ ଗାରାବନ୍ଧ ଥାନାରେ ନୂତନ ଆଇଆଇସି

ପାରଳାଖେମୁଣ୍ଡି:୧୨/୬(ଗରୁଡ଼ ଧ୍ଵଜ ହୌଧୁରୀ)ଗଜପତି ଜିଲ୍ଲାରେ ପୋଲିସ ବିଭାଗରେ ଛୋଟଧରଣର ଅଦଳବଦଳ ହୋଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲା ଏସପି ଏସ. ସ୍ୱାତୀ କୁମାର କାଶୀନଗର, ରାୟଗଡ, ଗାରାବନ୍ଧ ପୋଲିସ ଥାନାରେ ନୂତନ ଭାବେ ୩ ଜଣଙ୍କୁ ଆଇଆଇସିଙ୍କୁ ଦାୟିତ୍ୱ ଦେଇଥିବା ଜଣାଯାଇଛିସୂଚନାଯୋଗ୍ୟଯେ, ଗତ ମାସରେ କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ଅବସର ପରେ ଏହି ଥାନାରେ ଥାନା ଅଧିକାରୀ ପଦ ଖାଲିପଡ଼ିଥିଲା. ଏଠାକୁ ରାୟଗଡ଼ ଥାନା ଅଧିକାରୀ ସୁନୀଲ ବେହେରାଙ୍କୁ ବଦଳି କରାଯାଇଛି। ସେହିପରି ରାୟଗଡ଼ ଥାନାକୁ ଗାରବନ୍ଧ ଥାନା ଅଧିକାରିଣୀ ରିନାରାଣୀ ସାହୁଙ୍କୁ ବଦଳି ହୋଇଛି। ଗାରବନ୍ଧ ଥାନାକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥ‌ିବା ପ୍ରଶାନ୍ତ ନିଷିକାଙ୍କୁ ଅବସ୍ଥାପିତ କରାଯାଇଥିବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ