Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ଶହ ଫୁଟ ତଳକୁ ଖସିଲା ବିଦ୍ୟୁତ୍ ବିଭାଗ ଗାଡି, ୫ ଆହତ

ଗଜପତି: ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ତୁଆବାଡ଼ି ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟୁତ ବିଭାଗର ଏକ ଗାଡି ୨ ଶହ ଫୁଟ ତଳକୁ ଖସି ପଡ଼ିଛି । ଘଟଣାରେ ୫ ଜଣ ବିଦ୍ୟୁତ୍ ବିଭାଗ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗରୁତର ରହିଛି ।

ଅଡ଼ବା ଟାଟା ପାୱାରର ୫ ଜଣ କର୍ମଚାରୀ କଟାମା ଅଞ୍ଚଳରେ ପାଟ୍ରୋଲିଂ ସାରି ଗତକାଲି ରାତିରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ସେମାନଙ୍କୁ ନେଇ ଫେରୁଥିବା ଗାଡ଼ିଟି ଭାରସାମ୍ୟ ହରାଇ ଘାଟି ରାସ୍ତାରୁ ପ୍ରାୟ ୨୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅଡ଼ବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଡ଼ବାରୁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି । ଗୁରୁତର ଆହତ ହୋଇଥିବା ଅଡ଼ବା ଟାଟା ପାୱାରର କର୍ମଚାରୀମାନେ ହେଲେ ଆକାଶ ନୟାଜ, ଶଙ୍କର ରେଡି ଏବଂ ବାବୁଲା ବିଷୋୟୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ