Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀରେ ବୁଡ଼ି ମାଆ, ଝିଅ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ଝିଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ୩୨ ବର୍ଷିୟା ଗୀତା କଲାର ଏବଂ ତାଙ୍କ ୭ ବର୍ଷର ଝି କରିସ୍ମା ।
ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୀତା ଓ ତାଙ୍କ ଝିଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ କରିସ୍ମା ପ୍ରଥମେ ବୁଡ଼ି ଯାଇଥିଲେ । ଝିଅକୁ ବଞ୍ଚାଇବାକୁ ଯାଇ ଗୀତା ମଧ୍ୟ ବୁଡ଼ି ଯାଇଥିଲେ । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଘରେ ବୋରଓ୍ବେଲ ରହିଛି । ଘରର କୌଣସି ମହିଳା କି ଛୁଆ ଗାଁ ପୋଖରୀକୁ କେବେ ଗାଧୋଇବାକୁ ଯାଇ ନଥାନ୍ତି । ତେବେ ଗୀତା ଏବଂ କରିସ୍ମା କାହାକୁ କିଛି ନକହି କାହିଁକି ପୋଖରୀକୁ ଗାଧୋଇବାକୁ ଯାଇଥିଲେ ତାହା କାହାକୁ ଜଣାନାହିଁ ବୋଲି ପରିବାର ଲୋକେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ