Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚୀନ୍‌ ନୁହେଁ ଭାରତ ହେଉଛି ସର୍ବବୃହତ୍‌ ଜନବହୁଳ ରାଷ୍ଟ୍ର

ନୂଆଦିଲ୍ଲୀ: ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ। ଏବେ ଚୀନ୍‌ ନୁହେଁ ଭାରତ ହେଉଛି ସର୍ବବୃହତ୍‌ ଜନବହୁଳ ରାଷ୍ଟ୍ର। ଜାତିସଂଘ ପକ୍ଷରୁ ଦିଆଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି।

ୟୁଏନ୍‌ଏଫ୍‌ପିଏ ଜନସଂଖ୍ୟା ଡାଟା ‘ଷ୍ଟେଟ୍‌ ଅଫ୍ ୱାର୍ଲ୍ଡ ପପୁଲେସନ ରିପୋର୍ଟ ୨୦୨୩’ ରେ ଅନୁସାରେ ଚୀନ ଅପେକ୍ଷା ଭାରତରେ ୨୯ ଲକ୍ଷ ଅଧିକ ଲୋକ ରହିଛନ୍ତି। ବର୍ତ୍ତମାନ ଭାରତରେ ଜନସଂଖ୍ୟା ୧୪୦ କୋଟି ଅତିକ୍ରମ କରିସାରିଲାଣି। ଅନ୍ୟପଟେ ପୂର୍ବରୁ ଚୀନ ସରକାର ଦେଶରେ ଜନସଂଖ୍ୟା ହ୍ରାସ ଲାଗି କଡା ନିୟମ ଲାଗୁ କରିଥିଲେ। ପ୍ରଜନନ ପାଇଁ ଲାଗୁ କରିଥିବା ନିୟମ ଦେଶରେ ଜନସଂଖ୍ୟା ହ୍ରାସରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ଭାରତରେ ପ୍ରଜନନ ହାର ୨.୦ ରେ ଥିବାବେଳେ ଚାଇନାର ହାର ରହିଛି ୧.୨। ଜାତିସଂଘ ଜନସଂଖ୍ୟା ତଥ୍ୟ ଅନୁଯାୟୀ ୧୯୫୦ ମସିହାରୁ ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନ୍‌କୁ ଅତିକ୍ରମ କରିଛି।

ଚାଇନାରେ ବାର୍ଦ୍ଧକ୍ୟଙ୍କ ଜନସଂଖ୍ୟା ବୃଦ୍ଧି ପାଇଛି। ଚୀନ୍‌ରେ ଭାରତ ଅପେକ୍ଷା ଲୋକ ଅଧିକ ଦିନ ବଞ୍ଚୁଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ୨୫% ଲୋକ ୦-୧୪ ବୟସ ବର୍ଗରେ, ୧୮% ୧୦ରୁ ୧୯ ବୟସ ବର୍ଗରେ, ୨୬% ୧୦ରୁ ୨୪ ବୟସ ବର୍ଗରେ, ୬୮% ୧୫ରୁ ୬୪ ବୟସ ବର୍ଗରେ ଅଛନ୍ତି। ସେହିପରି ୭% ୬୫ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକ ଅଛନ୍ତି। ସେହିପରି ଆମେରିକା ୩୪୦ ମିଲିୟନ ଜନସଂଖ୍ୟା ସହ ବୃହତ ଜନବହୁଳ ରାଷ୍ଟ୍ର ତାଲିକାରେ ତୃତୀୟ ସ୍ଥାନରେ ରହିଛି।  ରିପୋର୍ଟ ଅନୁସାରେ ବିଶ୍ୱରେ ଜନସଂଖ୍ୟା ଏବେ ୮ ଅରବ ଠାରୁ ଅଧିକ ରହିଛି।