Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧିଙ୍କ ‘ମୋଦି ସର୍‌ନେମ୍‌’ ମାମଲା; ଆଜି ଶୁଣାଣି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ‘ମୋଦି ସର୍‌ନେମ୍‌’ ମାମଲାରେ ଆଜି ଶୁଣାଣି କରିବେ କୋର୍ଟ। ଆଜି ରାୟ ଶୁଣାଇବେ ସୁରଟର ସେସନ୍ସ କୋର୍ଟ। ୨୦୧୯ ଏପ୍ରିଲରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାରେ ରାହୁଲ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା। ସୁରଟର ସିଜେଏମ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡଦେଶ ଶୁଣାଇଥିଲେ । ଖାଲି ସେିତିକି ଏହି ପ୍ରସଙ୍ଗକୁ ଆଧାର କରି ରାହୁଲଙ୍କ ସାଂସଦ ସଦସ୍ୟତା ପଦ ମଧ୍ୟ ଚାଲିଯାଇଥିଲା।

ତେବେ ସିଜେଏମ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ। ସୁରଟର ସେସନ୍ସ କୋର୍ଟ ଏ ନେଇ ଆଜି ଶୁଣାଣି କରିବେ। ରାୟ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ରାହୁଲ । ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ଆଜି ରାୟ ପ୍ରକାଶ କରିବାକୁ ଧାର୍ଯ୍ୟ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories