Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ଦେଖାଯିବ ହାଇବ୍ରିଡ୍‌ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ଆଜି ହେଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଆଜିର ସୂର୍ଯ୍ୟପରାଗକୁ ମିଶ୍ରିତ ସୂର୍ଯ୍ୟ ପରାଗ ବା ହାଇବ୍ରିଡ୍ ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି। ପୂର୍ଣ୍ଣ ସୂର୍ଯ୍ୟ ପରାଗ ଓ ବଳୟ ସୂର୍ଯ୍ୟ ପରାଗର ମିଶ୍ରଣ ହୋଇଥିବାରୁ ଏହାକୁ ମିଶ୍ରିତ ସୂର୍ଯ୍ୟ ପରାଗ କୁହାଯାଏ । ଏଭଳି ହାଇବ୍ରିଡ୍ ସୂର୍ଯ୍ୟ ପରାଗ ଶହେ ବର୍ଷରେ ଥରେ ପଡ଼ିଥାଏ। ଏହି ପରାଗ ଆଜି ପୂର୍ବାହ୍ନ ୭ଟା ୪ ମିନିଟରୁ ୧୨ଟା ୨୯ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଭାରତ ବାହାରେ ଏହାର ପ୍ରଭାବ ଦେଖିବାକୁ ମିଳିବ।

ଏହା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଏସିଆର ଉତ୍ତର ପୂର୍ବ ଦେଶ ତଥା ମହାସାଗର ସଂଲଗ୍ନ ଦେଶ ଗୁଡ଼ିକରେ ଦୃଶ୍ୟମାନ ହେବ। ଚଳିତ ଥର ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ଦୂରତା ୩ ଲକ୍ଷ ୭୮ ହଜାର କିଲୋମିଟର ରହିଛି । ଫଳରେ ଉଭୟ ପୂର୍ଣ୍ଣ ଓ ବଳୟ ସୂର୍ଯ୍ୟ ପରାଗ ହେଉଥିବାରୁ ଏହାକୁ ବିରଳ ତଥା ମିଶ୍ରିତ ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି।