ନିରାଶ ହେଲେ ରାହୁଲ; କାଏମ ରହିଲା ୨ ବର୍ଷ ଜେଲ ଦଣ୍ଡାଦେଶ


ସୁରଟ: ବଢିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଡୁଆ। ମହଙ୍ଗା ପଡ଼ିଲା ମୋଦୀ ସର୍‌ନେମ୍‌ ମାମଲାରେ ଦେଇଥିବା ବିବାଦୀୟ ବୟାନ। ମୋଦୀ ସରନେମ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟକା। ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି ସୁରଟ କୋର୍ଟ।

ମୋଦୀ ସରନେମ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ରାହୁଲ। ଏଥିପାଇଁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ନିମ୍ନ କୋର୍ଟ। ଏହାକୁ ନେଇ ରାହୁଲ ଉପର କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ଏହି ମାମଲାର ଶୁଣାଣି ଥିଲା। ଏହି ମାମଲାରେ ନିରାଶ ହୋଇଛନ୍ତି ରାହୁଲ।

ଏହି ମାମଲାର ଶୁଣାଣି ପରେ ରାହୁଲଙ୍କ ବଡ଼ ଝଟ୍‌କା ଲାଗିଛି। ତାଙ୍କ ଦଣ୍ଡାଦେଶକୁ କାଏମ ରଖିଛନ୍ତି କୋର୍ଟ। ଅର୍ଥାତ୍‌ ରାହୁଲ ୨ ବର୍ଷ ଜେଲ ଦଣ୍ଡ ଭୋଗିବେ। ତେବେ ଏ ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହି ମାମଲାକୁ ନେଇ ରାହୁଲ ଏବେ ଗୁଜରାଟ ହାଇକୋର୍ଟ ଯିବେ।