Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଶ୍ଵସ୍ତି ପାଇଁ ରାହୁଲଙ୍କ ନିକଟରେ କଣ ବିକଳ୍ପ ରହିଛି, ହାତରେ ମାତ୍ର ୩ ଦିନ ସମୟ, ନଚେତ୍ ଜେଲ୍

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ସବୁ ଚୋର ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି। ସୁରଟର ସେସନ୍ସ କୋର୍ଟ କଂଗ୍ରେସ ନେତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଆଶ୍ଵସ୍ତି ପାଇଁ ରାହୁଲଙ୍କୁ ଏବେ ହାଇକୋର୍ଟର ଦ୍ଵାରସ୍ଥ ହେବାକୁ ପଡିବ। ଯଦି ତାଙ୍କୁ ଏହି ତିନି ଦିନ ଭିତରେ ଆଶ୍ଵସ୍ତି ନମିଳେ ତେବେ ଜେଲ୍ ଯିବାର ବିପଦ ଘନେଇ ପାରେ। ସିଜେଏମ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ଗୋଟିଏ ମାସ ନିଲମ୍ବିତ କରିଥିଲେ। ଏହାର ଅବଧି ପୁରିବାକୁ ଆଉ ତିନି ଦିନ ଅର୍ଥାତ ଏପ୍ରିଲ ୨୩ ପର୍ଯ୍ୟନ୍ତ ସମୟ ରହିଛି।

ଏହି ସମୟ ଭିତରେ ରାହୁଲଙ୍କୁ ଉପର କୋର୍ଟରୁ ଆଶ୍ଵସ୍ତି ମିଳିବା ନିତାନ୍ତ ଆବଶ୍ୟକ। ପ୍ରଥମତଃ ସଜା ଉପରେ ଲାଗିଥିବା ଗୋଟିଏ ମାସର ରୋକ୍ ଅବଧିକୁ ବଢାଇବାକୁ ପଡିବ। ସେସନ୍ସ କୋର୍ଟରୁ ଯାଚିକା ଅଗ୍ରାହ୍ୟ ହେବା ପରେ ତାଙ୍କ ନିକଟରେ ବହୁତ କମ ସମୟ ରହିଛି। ଲିଗାଲ୍ ଟିମଙ୍କ କହିବା କଥା ହାଇକୋର୍ଟ ଯିବା ପାଇଁ ଆବେଦନ ପ୍ରସ୍ତୁତ ଏବଂ ଶୁକ୍ରବାର ଦାୟର କରାଯାଇପାରେ।

ବିଜେପି ନେତା ପୂର୍ଣ୍ଣେଶ ମୋଦୀଙ୍କ ଦ୍ଵାରା ରୁଜୁ ମାମଲା ଆଧାରରେ ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନ ସମୟରେ ରାହୁଲ କର୍ଣ୍ଣାଟକର ଏକ ରାଲିରେ ଭାଷଣ ଦେଇ ମୋଦୀ ସାଙ୍ଗିଆଧାରୀ ସବୁ ଚୋର ବିବାଦୀୟ ବୟାନ ଦେଇଥିଲେ। ଲଳିତ ମୋଦୀ, ନିରବ ମୋଦୀଙ୍କ ନାମ ନେଇ ପ୍ରଶ୍ନ କରିଥିଲେ ଯେ, ସବୁ ଚୋରଙ୍କ ସରନେମ୍ ମୋଦୀ କାହିଁକି । ପୂର୍ଣ୍ଣେଶ ଏହା ସମସ୍ତ ମୋଦୀଙ୍କ ପ୍ରତି ଅପମାନ ଦର୍ଶାଇ କୋର୍ଟରେ ଯାଚିକା ଦାୟର କରିଥିଲେ। ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ମିଳିବା ପରେ ରାହୁଲ ଏପ୍ରିଲ ୩ରେ ସେସନ୍ସ କୋର୍ଟରେ ଯାଚିକା ଦାୟର କରିଥିଲେ।

୨ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା। ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି। ନିୟମ ଅନୁଯାୟୀ, ରାହୁଲ ଆଗାମୀ ୮ ବର୍ଷ ନିର୍ବାଚନ ଲଢି ପାରିବେ ନାହିଁ। ସଦସ୍ୟତା ଫେରି ପାଇବାକୁ ହେଲେ ତାଙ୍କୁ ଉପର ଅଦାଲତରୁ ଆଶ୍ଵସ୍ତି ମିଳିବା ଜରୁରୀ। ସେସନ୍ସ କୋର୍ଟରୁ ନିରାଶ ହେବା ପରେ ରାହୁଲଙ୍କ ନିକଟରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଯିବାର ବିକଳ୍ପ ରହିଛି। ହେଲେ ସଜା ଉପରେ ନିଲମ୍ବନର ସମୟ ସରିବାକୁ ବସିଛି। ଏଥିପାଇଁ ପୂର୍ବତନ ସାଂସଦଙ୍କ ଲିଗାଲ୍ ଟିମକୁ ଶୀଘ୍ର ହାଇକୋର୍ଟର ଦ୍ଵାରସ୍ଥ ହେବାକୁ ପଡିବ।

More Stories