Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ଭେଟିଲେ ଗୌତମ ଆଦାନୀ, ୨ ଘଣ୍ଟା ରୁଦ୍ଧଦ୍ଵାର ବୈଠକ

ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ଦଳ(ଏନସିପି)ର ମୁଖ୍ୟ ଶରଦ ପାଓ୍ଵାରଙ୍କୁ ଗୁରୁବାର ଭେଟିଛନ୍ତି ଉଦ୍ୟୋଗପତି ଗୌତମ ଆଦାନୀ। ଆଦାନୀ ଏନସିପି ନେତାଙ୍କ ଘରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ରୁଦ୍ଧଦ୍ଵାର ବୈଠକ କରିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ କେଉଁ ବିଷୟରେ ଆଲୋଚନା ହୋଇଛି ତାହା ଜଣା ପଡିନାହିଁ। ଗତ ଦିନରେ ଆଦାନୀଙ୍କ ଉପରେ ବିରୋଧୀ ଦଳ ଖୁବ୍ ସମାଲୋଚନା କରିଥିଲେ। ଏଥିରେ ବିରୋଧୀଙ୍କୁ କୌଣସି ଫାଇଦା ହେବ ନାହିଁ ବୋଲି ପାଓ୍ଵାର କହିଥିଲେ। ଆଦାନୀ ହିଣ୍ଡେନବର୍ଗ ମାମଲାରେ ଯୁଗ୍ମସ ସଂସଦୀୟ କମିଟି(ଜେପିସି) ତଦନ୍ତ ଦାବିକୁ ମଧ୍ୟ ସେ ଭୁଲ୍ ଦର୍ଶାଇଥିଲେ। ଏମିତିରେ ଆଦାନୀଙ୍କ ଶରଦଙ୍କୁ ଭେଟିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ହ୍ରାସ ହେବା ସହ ଗୌତମ ଆଦାନୀ ଧନୀ ତାଲିକାରେ ଶୀର୍ଷ ୨୦ରୁ ବାଦ୍ ପଡିଛନ୍ତି। ବିରୋଧୀଙ୍କ ଅଭିଯୋଗ ଆଦାନୀ ଗ୍ରୁପରେ ନିବେଶ ୨୦ ହଜାର କୋଟି ଟଙ୍କା କାହାର। ଏହି ପ୍ରସଙ୍ଗରେ ଶୀତକାଳୀନ ଅଧିବେଶନ ବେଶ ସରଗରମ ରହିଥିଲା। ମାତ୍ର କିଛି ଦିନ ପୂର୍ବେ ଶରଦ ପାଓ୍ଵାର କହିଥିଲେ, ସେ ହିଣ୍ଡେନବର୍ଗର ନାମ ଶୁଣି ନାହାନ୍ତି। ମାମଲାରେ ଜେପିସି ଜାଗାରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ କମିଟି ଦ୍ଵାରା ତଦନ୍ତ ଠିକ୍ ରହିବ। ଏବେ ପାଓ୍ଵାର ଏବଂ ଆଦାନୀଙ୍କ ସାକ୍ଷାତକୁ ନେଇ ଭିନ୍ନ ଭିନ୍ନ ଅର୍ଥ ବାହାର କରାଯାଉଛି।

More Stories