Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀରେ ଲୁଚିଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍!

ଭୁବନେଶ୍ବର: ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍। ଏବେ ଗୁଡ୍ଡୁ ମୁସ୍‌ଲିମ୍‌କୁ ନେଇ ସବୁଆଡେ ଚର୍ଚ୍ଚା। ଅତିକର ପୁଅ ଅସଦକୁ ଏନକାଉଣ୍ଟର କରି ହତ୍ୟା କରିଥିଲା ଗୁଡ୍ଡୁ ମୁସ୍‌ଲିମ। ମାଫିଆ ଡନ୍ ଅତିକ ଓ ଅସରଫ ଗୁଳିମାଡର ଶିକାର ହେବା ପୂର୍ବରୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଉଥିଲେ ସେତେବେଳେ ସେ ଗୁଡ୍ଡୁ ମୁସ୍‌ଲିମ୍‌ର ନାଁ ନେଇଥିଲେ। ଏହାପରଠୁ ଗୁଡ୍ଡୁ ମୁସ୍‌ଲିମ୍‌ ସହିତ ଅତିକ୍‌ର କଣ ସମ୍ପର୍କ ରହିଛି ସେ ନେଇ ଚର୍ଚ୍ଚା ଜୋର୍‌ଦାର୍‌ ହୋଇଛି।

ଏହି ଚର୍ଚ୍ଚା ଚାଲିଥିବା ବେଳେ ସେଦିନ ଘଟଣାବେଳେ ଉପସ୍ଥିତ ଥିବା ‘ଆଜତକ’ ନ୍ୟୁଜ ଚ୍ୟା‌ନେଲର ଜଣେ ରିପୋର୍ଟର କହିଛନ୍ତି, ଯେ ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ। ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ହେଉଛି ଗୁଡ୍ଡୁ ମୁସଲିମ୍। ଶେଷ ରିପୋର୍ଟ ଅନୁଯାୟୀ ଗୁଡ୍ଡୁର ଶେଷ ଲୋକେସନ ପୁରୀ ରହିଥିବା ସୂଚନା ରହିଛି।

ୟୁପି ଏସଟିଏଫ୍ ଗୁଡ୍ଡୁର ଶେଷ ଲୋକେସନ ପୁରୀରୁ ପାଇଥିଲା। ହେଲେ ଏସଟିଏଫ୍ ଟିମ୍ ପୁରୀ ପହଞ୍ଚିଲା ବେଳକୁ ଗୁଡ୍ଡୁ ଖସିଯାଇଥିବା ଜଣାପଡ଼ିଥିଲା। ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ମୁଖ୍ୟ ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ