Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ମାଣ ନସରୁଣୁ ଦବିଯାଉଛି ରାସ୍ତା : ପୋଖରୀବନ୍ଧ-ଲାଞ୍ଜିଗଡ ରାସ୍ତା ନିମ୍ନମାନର ଅଭିଯୋଗ

କଳାହାଣ୍ଡି, ୧୧/୦୭-କଳାହାଣ୍ଡି ଜିଲ୍ଲାର ଜଣେ ନାମଜାଦା ଠିକାଦାରଙ୍କ ଦ୍ୱାରା ଅତ୍ୟନ୍ତ ନିମ୍ନମାନର କାମକୁ ନେଇ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷର ବାତାବରଣ। ଏପରିକି କଳାହାଣ୍ଡି ଜିଲ୍ଲାର କରିତକର୍ମା ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ଜାଣତରେ ଏଭଳି ନିମ୍ନମାନର କାମ ହେଉଥିବାବେଳେ ସବୁ ଜାଣି ଚୁପ ରହୁଛନ୍ତି ଅଧିକାରୀମାନେ। ଏପରି ଭାବେ ରାସ୍ତା ନିର୍ମାଣ ଶେଷ ନହେଉଣୁ କଳାହାଣ୍ଡି ଜିଲ୍ଲା ପୋଖରୀବନ୍ଧରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ରାସ୍ତା ଦବି ଯାଉଥିବା ଦେଖିବାକୁ ମିଳିଛି। ବିଶ୍ୱନାଥପୁର ବିଇଓ ଅଫିସ ସାମ୍ନାରେ ରାସ୍ତା ଦବି ଯାଇଥିବାବେଳେ ବାଇକ ଓ ମାଲବାହୀ ଯାନବାହନ ପାଇଁ ଏହା ସମସ୍ୟା ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି। ସେହିପରି ବିଶ୍ୱନାଥପୁର କଲେଜ ଛକରୁ ପିଡବ୍ଲ୍ୟୁଡି ବଙ୍ଗଳା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ପେଭର ବ୍ଲକ ଲଗାଯାଇଛି। କିନ୍ତୁ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହାର ସ୍ଥାୟିତ୍ୱ ନେଇ ସନ୍ଦେହ ଦେଖାଦେଇଛି। ସେହିପରି ବର୍ଷା ଦିନ ଆସିଯାଇଥିଲେ ହେଁ ବିଭିନ୍ନ ସ୍ଥାନରେ ଧିର ମନ୍ଥର ଗତିରେ କାମ ଚାଲିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପିଡବ୍ଲ୍ୟୁଡି ବିଭାଗ ଆଦୌ କର୍ଣ୍ଣପାତ କରୁଥିବା ଜଣାପଡିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଅସନ୍ତୋଷ ଦେଖାଦେଇଛି। ଏଣୁ ପୋଖରୀବନ୍ଧରୁ ଲାଞ୍ଜିଗଡ ରାସ୍ତା ନିର୍ମାଣର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ