ତ୍ରିକୋଣୀୟ ପ୍ରେମରୁ ହତ୍ୟା: ପ୍ରେମୀ ଯୁଗଳଙ୍କୁ ଛୁରୀ ଭୁଶିଲା ଓ୍ବାନ ସାଇଡେଡ୍ ପ୍ରେମିକ


କୁତ୍ରା: ଏକତରଫା ପ୍ରେମ ନେଲା ଦୁଇ ଜୀବନ । ପ୍ରେମୀ ଯୁଗଳଙ୍କୁ ଛୁରୀ ଭୁଶି ହତ୍ୟା କଲା ଓ୍ବାନ୍ ସାଇଡେଡ୍ ପ୍ରେମିକ । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା କାଶୀପଡାରେ । ପ୍ରେମ ସମ୍ପର୍କକୁ ନେଇ ହୋଇଛି ଡବଲ ମର୍ଡର । ଯୁବକର ଛୁରା ମାଡ଼ରେ ପ୍ରେମୀ ଯୁଗଳ ଟଳି ପଡ଼ିଛନ୍ତି । ମୃତକ ରାଜଗାଙ୍ଗପୁର ରୁମାବାହାଲ ଗାଁର ପ୍ରତାପ ଲାକ୍ରା ଓ କାଶୀପଡା ଗାଁର ଲିପ୍ସା କେର୍କେଟା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରତାପ ଏବଂ ଲିପ୍ସା ପରସ୍ପରକୁ ଭଲ ପାଉଥିଲେ । ହେଲେ ଲିପ୍ସାଙ୍କୁ ତାଙ୍କ ନିଜ ଗାଁର ରାଜୁ ନାଗ ନାମକ ଜଣେ ଯୁବକ ପ୍ରେମ କରୁଥିଲେ । ରାଜୁ ଲିପ୍ସାଙ୍କୁ ପ୍ରପୋଜ କରିଥିବା ବେଳେ ସେ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରି ନଥିଲେ । ଯାହାକୁ ନେଇ ରାଜୁଙ୍କ ମନରେ କ୍ରୋଧ ଥିଲା ଓ ସେ ଉଭୟଙ୍କୁ ପାନେ ଦେବାକୁ ସୁଯୋଗ ଖେଜୁଥିଲେ ।

ଗତକାଲି ରାତିରେ ପ୍ରତାପ ଲିପ୍ସାଙ୍କ ଘରେ ଥିବା ସମୟରେ ଅଭିଯୁକ୍ତ ରାଜୁ ସେଠାରେ ପହଞ୍ଚି ଥିଲା । କେହି କିଛି ବୁଝିବା ଆଗରୁ ଉଭୟଙ୍କୁ ଛୁରାମାଡ଼ କରିବାକୁ ଲାଗିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ରାଜୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି ।