Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ରଥଯାତ୍ରାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମଜାନେଲେ ଶ୍ରଦ୍ଧାଳୁ

ପାରଳାଖେମୁଣ୍ଡି:୧୬/୭(ଗରୁଡ଼ ଧ୍ଵଜ ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରଥଯାତ୍ରାରେ ଗୁଣ୍ଡିଚାବାଡ଼ି ଠାରେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ. ରଥଯାତ୍ରାରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ମୀନା ବଜାର , ମୌତ କା କୁଆଁ , ରାମ ଦୋଳି ଓ ବିଭିନ୍ନ ପ୍ରକାର ଘରେଇ ସାମଗ୍ରୀ କିଣିବା ସହ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ବିଭିନ୍ନ ଅନୁଷ୍ଠାନର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଶ୍ରଦ୍ଧାଳୁ । ଷଷ୍ଠ ଦିନ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ତତ୍ୱାବୋଧାନରେ , ସ୍ୱର୍ଣ୍ଣଲତା ପାତ୍ରଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର କଳାକାର ମାନେ ଭଜନ , ସମ୍ବଲପୁରୀ ଭଜନ ନୃତ୍ୟ ପରିବେଷଣ କରିଥିବା ବେଳେ ଚାରୁ ନର୍ତ୍ତନ ଅନୁଷ୍ଠାନର କଳାକାର ମାନେ ଓଡିଶୀ ଓ ଭଜନ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସ୍ନେହା ବେହେରା ଓ ରାଜେଶ୍ୱରୀ ସ୍ୱାଇଁ ସଂଯୋଜନା କରିଥିଲେ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ଏହି ଭଳି ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି। ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୁତୟନ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ