Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତି’ଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ l

ପାରଳାଖେମୁଣ୍ଡି :୨୦/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି’ଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି lଦୀର୍ଘ ୧୨ ଦିନର ଲୀଳା ଖେଳ ସାରି ଆଜି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦି’ର ରତ୍ନ ବେଦୀ’କୁ ଯାଇଛନ୍ତି lବାହୁଡା ଯାତ୍ରା ଦିନ ଚତୁର୍ଦ୍ଧା ମୂର୍ତ୍ତି’ଙ୍କ ତିନି ରଥଟଣା ବେଳେ ପାରମ୍ପରିକ ପ୍ରକାରେ ବଡଦାଣ୍ଡ’ର ଅଧ ବାଟରେ ଅଟକି ରହିଥିଲା l ଆଜି ନୀଳାଦ୍ରି ବିଜେ ଅବସର’ରେ ଚତୁର୍ଦ୍ଧା ମୂର୍ତ୍ତି’ଙ୍କ ତିନିରଥ ଯଥା:- ତାଳଧ୍ଵଜ , ଦର୍ପଦଳନ ଓ ନନ୍ଦିଘୋଷ ରଥ ପୂର୍ବାହ୍ନ’ରେ ଟଣା ହୋଇଥିଲା lପ୍ରଭୁ ବଳଭଦ୍ର’ଙ୍କ ତାଳଧ୍ଵଜ ରଥ’କୁ ଆଜି ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହିତ ପୋଲିସ ବାହିନୀ ମିଳିତ ଭାବେ ଟାଣିଥିବା ବେଳେ ମା’ ଶୁଭଦ୍ରା’ଙ୍କ ଦେବଦଳନ ରଥ’କୁ ମହିଳା ଯୁବତୀ ମାନେ ମହିଳା ପୋଲିସ ମାନଙ୍କ ସହିତ ମିଶି ଟାଣି ଥିଲେ ଏବଂ ବଡ ଠାକୁର ଶ୍ରୀଜଗନ୍ନାଥ’ଙ୍କ ନନ୍ଦିଘୋଷ ରଥ’କୁ ଛୋଟ ଠାରୁ ବଡ଼ ଓ ପୋଲିସ ମାନେ ଏବଂ ଉପସ୍ଥିତ ସମସ୍ତେ ଟାଣି ଥିଲେ lବଡ ଠାକୁରଙ୍କୁ ଶ୍ରୀ ଜଗନ୍ନାଥ’ଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ପହଞ୍ଚିବା ପୂର୍ବରୁ କିଛି ଦୂର ବଡଦାଣ୍ଡ’ରେ ଅଟକି ରହିଥିଲା lସେଠାରେ ବଡ ଠାକୁର ଶ୍ରୀ ଜଗନ୍ନାଥ’ଙ୍କ ଲକ୍ଷ୍ମୀ-ନାରାୟଣ ଭେଟ କାର୍ଯ୍ୟକ୍ରମ ପାରମ୍ପରିକ ପୁଜାର୍ଚ୍ଚନା ଓ ରୀତିନୀତି ପ୍ରକାରେ ଅନୁଷ୍ଠିତ ହେବା ସହ ରାଜଭୋଗ ନୀତି ଏବଂ ଆଳତି କାର୍ଯ୍ୟକ୍ରମ ବଡ଼ପଣ୍ଡା’ଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା l
ଏହି ଲକ୍ଷ୍ମୀ-ନାରାୟଣ ଭେଟ ଓ ଆଳତି କାର୍ଯ୍ୟକ୍ରମ ଦର୍ଶନ ଓ ଉପଭୋଗ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ’ଙ୍କ ସମାଗାମ ହୋଇଥିଲା lମହିଳା ମାନଙ୍କ ହୁଳହୁଳି , ଶ୍ରଦ୍ଧାଳୁ ମାନଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଏବଂ ରଥ ଉପରେ ସେବାୟତ ମାନଙ୍କ ଘଣ୍ଟବାଜା ଓ ଶଙ୍ଖ ନାଦ’ରେ ବଡଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପ୍ରକମ୍ପିତ ହୋଇ ଉଠିଥିଲା lଲକ୍ଷ୍ମୀ-ନାରାୟଣ ଭେଟ ଓ ଆଳତି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ଶ୍ରୀ ଜଗନ୍ନାଥ’ଙ୍କ ନନ୍ଦିଘୋଷ ରଥ’କୁ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ପରିସର ଅଭିମୁଖେ ଟାଣି ନେଇଥିଲେ ।ସେଠାରେ ଶ୍ରୀମନ୍ଦିର ରତ୍ନବେଦୀ’କୁ ବଡ ଠାକୁର ଶ୍ରୀ ଜଗନ୍ନାଥ ପ୍ରବେଶ ପୂର୍ବରୁ ପାରମ୍ପରିକ ରୀତିନୀତି ପ୍ରକାରେ ମାନସ ଭଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ’ର ସମସ୍ତ କାର୍ଯ୍ୟକ୍ରମ ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତାୟନ୍ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ