Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ଦ୍ୱାରା ଦଶମ ବୋର୍ଡ ପରୀକ୍ଷା ଆରମ୍ଭ : ପ୍ରଥମ ଦିନରେ ୩୦୯ରୁ ପରୀକ୍ଷା ଦେଲେ ୧୪୮ ପରୀକ୍ଷାର୍ଥୀ

କଳାହାଣ୍ଡି,୨୨/୦୭-ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ଏସଏସଡ଼ି ହାଇସ୍କୁଲଠାରେ ଏଥିପାଇଁ ପରୀକ୍ଷା କେନ୍ଦ୍ର ସ୍ଥାପିତ ହୋଇଛି। ଆଜି ପରୀକ୍ଷାର ପ୍ରଥମ ଦିନରେ ଏହି ପରୀକ୍ଷା କେନ୍ଦ୍ରରେ ୩୦୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା କେନ୍ଦ୍ର ପରିଚାଳିକା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି ଦାୟିତ୍ୱ ତୁଲାଇଥିବାବେଳେ ଲାଞ୍ଜିଗଡ ପୁଲିସ ସୁରକ୍ଷା ଦାୟିତ୍ୱ ତୁଲାଇଥିଲେ। ସେହିପରି ଲାଞ୍ଜିଗଡ ଏସଏସଡି ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା କରିଥିଲେ। ତେବେ ୩୦୯ ଜଣ ପରୀକ୍ଷାର୍ଥୀଙ୍କ ସ୍ଥାନରେ ମାତ୍ର ୧୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ବ୍ୟକ୍ତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ