Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ଥାନା କଳମେରି ଗାଁରେ ଶାଶୂକୁ ଆକ୍ରମଣ ଘଟଣାରେ ଜ୍ବାଇଁ ଗିରଫ, ଟାଙ୍ଗିଆ ଜବତ

ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା କଳାମେରୀ ଗାଁରେ ଟାଙ୍ଗିଆ ଚୋଟରେ ଶାଶୂ ଗୁରୁତର ଘଟଣାରେ ଅଭିଯୁକ୍ତ ମନମୋହନ ବିଷୋୟୀକୁ ସୋମବାର ଗିରଫ କରିଛି ମୋହନା ପୁଲିସ | ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି। ଗୁରୁତର ଆହତ ଶାଶୂ ଅନଳା ବଣସିଂ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତଦନ୍ତ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ ପ୍ରକାଶ କରିଛନ୍ତି, ଘଟଣାରୁ ପ୍ରକାଶ ଯେ କଳାମେରି ଗାଁର ଅନଳା ବଣସିଂଙ୍କ ଝିଅ ସପ୍ନା କୁ ସେ ଗାଁର ମନମୋହନ ବିଷୋୟୀ ୫ ବର୍ଷ ହେଲା ପ୍ରେମ ବିବାହ କରିଥିଲେ। ତାଙ୍କର ଗୋଟିଏ ୪ ବର୍ଷର ଝିଅ ଅଛି। ତେବେ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗିରହିଥିଲା। ସେଥିପାଇଁ ଅନଳା ନିଜ ଝିଅ ସ୍ବପ୍ନ କୁ ନିଜ ଘରେ ରଖୁଥିଲେ। ତେବେ ରବିବାର ଜ୍ୱାଇଁ ମନମୋହନ ଶାଶୂ ଘରକୁ ଯାଇ ଝଗଡ଼ା କରିଥିଲା । ଏହି ସମୟରେ ଶାଶୂ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଅଚାନକ ଜ୍ୱାଇଁ ମନମୋହନ ଶାଶୂଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା। ଶାଶୂ ଅନଳାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଟାଙ୍ଗିଆ ଚୋଟ ଯୋଗୁଁ ଗୁରୁତର ଆହତ ହୋଇଛନ୍ତି। ମୋହନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ