Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେକ୍ସ ରାକେଟ୍ ମାମଲା; ଗିରଫ ହେଲେ ଅଭିନେତ୍ରୀ

ମୁମ୍ବାଇ: ମୁମ୍ବାଇ ପୋଲିସ ଏକ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ ଘଟଣାର ପର୍ଦାଫାଶ୍‌ କରିଛି। ଏହି ମାମଲାରେ ପୋଲିସ ଜଣେ ଅଭିନେତ୍ରୀଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସେମାନଙ୍କର ସୋସିଆଲ ସର୍ଭିସ ବ୍ରାଞ୍ଚ ଏହି ଅପରେସନ କରିଥିଲା। ଚଢଉ ପରେ ପୋଲିସ ସୁମନ କୁମାରୀ ନାମକ ଜଣେ ଭୋଜପୁରୀ ଅଭିନେତ୍ରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ମଡେଲ୍ ହେବାକୁ ଆସୁଥିବା ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ ଅଭିନେତ୍ରୀ। କମାଉଥିଲେ ମୋଟା ଅଙ୍କର ଟଙ୍କା।

ମୁମ୍ବାଇର ଆରେ କଲୋନୀ ଏରିଆ ନିକଟସ୍ଥ ରୟାଲ ପାମ ହୋଟେଲ୍ ନିକଟରେ ସେକ୍ସ ରାକେଟ୍ ଚାଲିଥିବା ଖବର ପୋଲିସ ପାଖରେ ପହଞ୍ଚିବା ପରେ ତୁରନ୍ତ ଯୋଜନା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ମଡେଲ୍ ପାଇଁ ସେ ୫୦ରୁ ୮୦ ହଜାର ଟଙ୍କା ମୁଲଚାଲ କରୁଥିବା ବେଳେ କ୍ୟାମେରା ସାମ୍ନାରେ ଧରାପଡ଼ିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ