Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଗ୍ରାମ୍ୟ ଉନ୍ନୟନ ବିଭାଗରେ ବ୍ୟାପକ ଦୁର୍ନୀତି, ନିର୍ମାଣର ୩ ମାସେ ପୂରିନି ଭୁଶୁଡ଼ିଲା ଡାଳିମ୍ବପୁର ସେତୁ ଏବଂ ସଂଯୋଗୀକରଣ ରାସ୍ତା

ପାରଳାଖେମୁଣ୍ଡି:୨୫/୭(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣି ବ୍ଲକର କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବପୁର ଗ୍ରାମ ଠାରୁ ଅମରା ଯିବା ରାସ୍ତାରେ ପାରଳାଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଜୁ ସେତୁ ଯୋଜନାରେ ୮୦ଲକ୍ଷ ଟଙ୍କା ବ୍ୟୟରେ ଏକ ସେତୁ ସମେତ ରାସ୍ତା ନିର୍ମାଣ ହୋଇଥିଲା। ଉକ୍ତ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବାର ଏକ ମାସ ନ ପୁରୁଣୁ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ସେତୁର ଆପ୍ରୋଚ ରୋଡ୍ ଧସିଯିବା ସହ ଗାର୍ଡ ୱାଲ୍ ଫାଟି ଆଁ କରିଛି। ଆପ୍ରୋଚ ରୋଡର ଭାଗରେ କରାଯାଇଥିବା ପଥର ପ୍ୟାକିଂ ମଧ୍ଯ ଧସିଯାଇ ପାଣିରେ ପଡ଼ୁଥ‌ିବାର ଦୃଶ୍ୟମାନ ହେଉଛି । ଏହି ରାସ୍ତା ଗଜପତି ଜିଲ୍ଲାର । ସଦର ମହକୁମା ପାରଳାଖେମୁଣ୍ଡି ସହର କୁ ସଂଯୋଗ କରୁଛି। ଏହି ରାସ୍ତା ଉପରେ ଉଭୟ ଓଡ଼ିଶା ଓ ଓ ଆନ୍ଧ୍ରର ୮ ରୁ ଊର୍ଦ୍ଧ୍ବ ଗ୍ରାମର ପ୍ରାୟ ୬ ହଜାର ଲୋକ ନିଜର ଜୀବନ ଜୀବିକା ଉପରେ ନିର୍ଭର କରୁଛନ୍ତି ସୂଚନାଯୋଗ୍ୟ ଡାଳିମ୍ବପୁର ନାଳ ଉପରେ ପୂର୍ବରୁ ରଜାରାଜୁଡା ଅମଳର ଏକ ସେତୁ ଥିଲା । ତାହାର ସ୍ଥାୟିତ୍ବ ଅଧିକା ରହିଥିଲା I ହେଲେ ଉକ୍ତ ସେତୁକୁ ଅଞ୍ଚଳବାସୀଙ୍କ ପ୍ରତିବାଦ ସତ୍ତ୍ବେ ବିଭାଗୀୟ କର୍ତ୍ତୃପକ୍ଷ ଭାଙ୍ଗିଦେଇ ନୂତନ ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ କରିଥିଲେ। ଯାହାର କାର୍ଯ୍ୟ ଗତବର୍ଷ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିଲା।କିନ୍ତୁ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ସ୍ଥାନୀୟ ବାସିନ୍ଦା ନିମ୍ନମାନର କାମ ହେଉଛି ବୋଲି ବ୍ଲକ ପ୍ରଶାସନ, ଗ୍ରାମ୍ୟ । ଉନ୍ନୟନ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ଲୋକଙ୍କ ଅଭିଯୋଗ ପ୍ରତି କେହି କର୍ଣ୍ଣପାତ କରିନଥିଲେ I କାରଣ ଏହି ଅଧିକାରୀ ସବୁ ପଣ୍ଡିଆନ ଙ୍କ ଲୋକ ହୋଇଥିବା ଯୋଗୁଁ ଏମାନେ ଯାହା କଲେ ବି ସବୁ ମାଫ l ତାର ପରିଣାମ ଆଜି ଦେଖୁବାକୁ ମିଳିଛି। ସେତୁ ଭୁଶୁଡିଗଲେ ସ୍ବାସ୍ଥ୍ୟସେବା, ଶିକ୍ଷା, ଚାଷ ଓ ବ୍ୟବସାୟ ନିମନ୍ତେ ପୁଣି ପୂର୍ବଭଳି ଆନ୍ଧ୍ରପ୍ରଦେଶ ପଟେ ଦେଇ ୧୦ରୁ ୧୨ କିଲୋମିଟର ଅତିକ୍ରମକରି ଯିବାକୁ ପଡ଼ିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ଏନେଇ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଥ‌ିବା ଜଣାଇଛନ୍ତି। ବର୍ତ୍ତମାନ ରାଜ୍ୟରେ ବିଜେଡି ସରକାର ବିଦାୟ ନେଇଥିବା ବେଳେ ବିଜେପି ସରକାର କ୍ଷମତାକୁ ଆସିଛି ଏଣୁ ନୂତନ ବିଜେପି ସରକାର ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହାର ତଦନ୍ତ କରି ଦୁର୍ନୀତିରେ ସମ୍ପୃକ୍ତ ବିଭାଗୀୟ ଇଞ୍ଜିନିୟର ମାନଙ୍କ
ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେରାଣ୍ଡି ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ବିଜେପି ର ବରିଷ୍ଠ ନେତା ସୁନୀଲ ମହାପାତ୍ର ଭି.ଡ଼ାଲେୟା ପ୍ରମୁଖ ସମେତ ତିନି ଖଣ୍ଡ ଗ୍ରାମର ଜନସାଧାରଣ ଦାବୀ କାରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ