Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାଷ୍ଟିକୁଡ଼ି ଦେହାଡି ଡ୍ୟାମରେ ବୁଡି ଯୁବକଙ୍କ ମୃତ୍ୟୁ, ଛଅ ଘଣ୍ଟା ପରେ ଶବ ଉଦ୍ଧାର

କଳାହାଣ୍ଡି, ୨୮/୦୭- ଗୋଟିକ ପରେ ଗୋଟିଏ ଲଘୁଚାପ ଯୋଗୁଁ ଦୁଇ ସପ୍ତାହ ହେଲା କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ଲଗାତାର ବର୍ଷା ଯୋଗୁଁ ନଦୀ, ପୋଖରୀ ସହିତ ବିଭିନ୍ନ ଜଳ ଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏହିପରି ଭାବେ ଏକ ଅଭାବନୀୟ ଘଟଣାକ୍ରମରେ ଗାଧୋଇବାକୁ ଯାଇଥିବାବେଳେ ପ୍ରଖରସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତଥା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡ଼ି ନିକଟସ୍ଥ ଦେହାଡ଼ି ଡ୍ୟାମରେ। ଆଜି ଦିନବେଳେ ପାଷ୍ଟିକୁଡ଼ି ନିକଟସ୍ଥ ତେନ୍ତୁଳିପଡ଼ା ଗାଁର ସନ୍ତୋଷ ଭୋଇ ନାମକ ଜଣେ ବ୍ୟକ୍ତି ଗାଧୋଇବାକୁ ଦେହାଡ଼ି ଡ୍ୟାମକୁ ଯାଇଥିବାବେଳେ ପ୍ରଖର ସ୍ରୋତରେ ବୁଡି ନିଖୋଜ ହୋଇଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ଡ୍ୟାମ ନିକଟରେ ତାଙ୍କର ଲୁଗାପଟା ପଡିଥିବା ଦେଖି ସନ୍ଦେହ ହେବାରୁ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀ ତଥା ଓଡ୍ରାଫ ଟିମର ସଦସ୍ୟମାନେ ଖୋଜାଖୋଜି କରିଥିଲେ। ତେବେ ଲଗାଣ ବର୍ଷା ଯୋଗୁଁ ଡ୍ୟାମରେ ପାଣି ଭରିଯାଇଥିବାରୁ ଉଦ୍ଧାରକାରି ଦଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ଡ୍ୟାମର ଗେଟ ଖୋଲି ପାଣି କମିଯିବାରୁ ପୁଣି ଖୋଜାଖୋଜି କରିବାରୁ ସନ୍ଧ୍ୟା ସମୟରେ ନିଖୋଜ ସନ୍ତୋଷଙ୍କ ଶବକୁ ଉଦ୍ଧାର କରାଯାଇଥିଲା। ଶବ ଉଦ୍ଧାର ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି। ତେବେ ସନ୍ତୋଷଙ୍କ ଅକାଳ ମୃତ୍ୟୁକୁ ନେଇ ତାଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ଭାଂଗିପଡ଼ିଥିବାବେଳେ ତେନ୍ତୁଳିପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।