Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୁମ୍ମା ବିଡ଼ିଓ ଙ୍କୁ ବିଭିନ୍ନ ସମସ୍ୟା କୁ ନେଇ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି:୧/୮(ଗରୁଡ଼ ଧ୍ୱଜ ଚୌଧୁରୀ )-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୁମ୍ମା ବିଡ଼ିଓ ଶ୍ରୀ ଆକାଶ କୁମାର ପଣ୍ଡା ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଶ୍ରମିକ ସମବାୟ ସମିତି ମୁଖ୍ୟ କର୍ମକର୍ତ୍ତାଙ୍କ ମାନେ ସମାଜର ଶ୍ରମିକ, ଗରିବ, ଖଟିଖିଆ ତଥା ଅବହେଳିତ ଶ୍ରେଣୀର ଜନସାଧାରଣ ଙ୍କ ଧାର୍ମିକ, ସାମାଜିକ, ଅର୍ଥନୈତିକ ଓ ଦୈନନ୍ଦିନ ଜୀବନ ଶୈଳୀ ର ବିକାଶ ନିମନ୍ତେ ଶ୍ରମିକ ସମବାୟ ସମିତି ର ଗୁରୁତ୍ଵ ଓ ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ।ଗୁମ୍ମା ବିଡ଼ିଓ ଶ୍ରୀ ଆକାଶ କୁମାର ପଣ୍ଡା ଶ୍ରମିକ ସମବାୟ ସମିତି ର ଏହି ପରି ପଦକ୍ଷେପ କୁ ସ୍ଵାଗତ କରିବା ସହ ଗୁମ୍ମା ବ୍ଲକର ୨୦ ଗୋଟି ପଂଚାୟତ ରେ ଏହି ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକ ସହ ଶାଖା ପରିଚାଳକ ଶ୍ରୀ ହୋସେୟ କାର୍ଜୀ, ବିରାଗ କେଶରୀ ଲିମା, ମନୋନିତା ମଣ୍ଡଳ, ମିଟୁ ମଣ୍ଡଳ, ପ୍ରତାପ ରାଇକା ଏବଂ ବିଟୁ ପରିଛା ତଥା ସମସ୍ତ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ। ଗୁମ୍ମା ରୁ ନିରୋକ ଷଡ଼ଙ୍ଗୀ ଙ୍କ ରିପୋର୍ଟ news time ଓଡ଼ିଆ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ