Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟର ୪ ଜଜ୍ କରୋନା ସଂକ୍ରମିତ, ଜଣେ ସମଲିଙ୍ଗୀ ବିବାହ ମାମଲାର ଶୁଣାଣିରେ ସାମିଲ୍

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି। ଏହାର ପ୍ରଭାବ ଏବେ ସୁପ୍ରିମକୋର୍ଟରେ ପଡିଛି। ଅଦାଲତର ଚାରି ଜଜ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନିକଟରେ ପଞ୍ଚମ ଜଜ୍ କରୋନାରୁ ସୁସ୍ଥ ହୋଇଥିଲେ। ସଂକ୍ରମିତ ଚାରି ଜଜଙ୍କ ମଧ୍ୟରୁ ଜଣେ ବିଚାରପତି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ଆବେଦନ ଉପରେ ଶୁଣାଣି କରୁଥିବା ପାଞ୍ଚ ଜଣିଆ ପୀଠର ସଦସ୍ୟ।

କୁହାଯାଉଛି ଉକ୍ତ ଖଣ୍ଡପୀଠର ଆଉ ଜଣେ ବିଚାରପତିଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍ ନାହିଁ। ଡାକ୍ତର ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ସୋମବାର ପାଇଁ ନିର୍ଦ୍ଧାରିତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଛି। ମହାମାରୀ କରୋନାର ଦୁଇଟି ଲହରରେ କୋର୍ଟର କାମ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଅନେକ ବିଚାରପତି ଏବଂ ଅଦାଲତର ଶତାଧିକ କର୍ମଚାରୀ ସଂକ୍ରମିତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ